ଭୁବନେଶ୍ବର: ଓଡିଶା-ଦକ୍ଷିଣ କୋରିଆ ପୁଣି ଆଲୋଚନା । ପୋସ୍କୋ ଯିବା ପରେ ଓଡିଶା-ଦକ୍ଷିଣ କୋରିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ପୋସ୍କୋ କିମ୍ବା କୋରିଆର ଅନ୍ୟ କମ୍ପାନୀ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଦକ୍ଷିଣ କୋରିଆ ଓ ଓଡିଶା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ଇପିକଲ ସହିତ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏକ ଗୋଲଟେବୁଲ ବୈଠକ ଆୟୋଜନ ହୋଇଯାଇଛି । ଭର୍ଚୁଆଲ ବୈଠକରେ ଶିଳ୍ପ, ଏମଏସଏମଇ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଓ ଭାରତରେ ଅବସ୍ଥାପିତ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ ବୋଙ୍ଗକିଲ ଉପସ୍ଥିତି ଥିଲେ । ଓଡିଶା ଓ ଦକ୍ଷିଣ କୋରିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଭାଗୀତାରେ ବାଣିଜ୍ୟ କାରବାର ପୁନଃ ସ୍ଥାପନା ହୋଇପାରିବ । ଭିଜନ-୨୦୩୦କୁ ନେଇ ଓଡିଶା ରଣନୀତି ପ୍ରସ୍ତୁତ କରୁଛି । ଏଥିରେ ଓଡିଶାରେ ନିର୍ମିତ ୫୦ ପ୍ରତିଶତ ପ୍ରାଥମିକ ମେଟାଲ ଉତ୍ପାଦର ମୂଲ୍ୟଯୁକ୍ତ ରାଜ୍ୟରେ କରାଯିବା ପାଇଁ ପ୍ରାବଧାନ ରଖାଯାଇଛି ।
ଗତ ବର୍ଷ ମଧ୍ୟରେ ଦକ୍ଷିଣ କୋରିଆର ୬୬ଟି ନୂତନ କମ୍ପାନୀ ଭାରତରେ କାରବାର ଆରମ୍ଭ କରିଛନ୍ତି । ଏହି କମ୍ପାନୀଗୁଡିକ ୨୦୨୦ରେ ୧୭ ମିଲିୟନ୍ ୟୁଏସ୍ ଡଲାର ପୁଞ୍ଜି ବିନିଯୋଗ କରିଛନ୍ତି । ଯାହାକି କେଭିଡ୍ ମହାମାରୀ ସମୟରେ ଏକ ବୃହତ୍ ରାଶି ବୋଲି ଭାରତରେ ଅବସ୍ଥାପିତ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ଶ୍ରୀ ସିନ୍ ବୋଙ୍ଗ କିଲ୍ କହିଛନ୍ତି । କୋରିଆର ଷ୍ଟିଲ ଉତ୍ପାଦନକାରୀ ସଂସ୍ଥା ପୋସ୍କୋ ଭାରତ ଇତିହାସରେ ପ୍ରଥମ ଏକକ ବିଦେଶୀ କମ୍ପାନୀ ଭାବରେ ପ୍ରାୟ ୧୨ ବିଲିୟନ୍ ୟୁଏସ୍ ଡଲାର ବିନିଯୋଗରେ ଓଡିଶାରେ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଥିବା ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବୋଙ୍ଗ କିଲ୍ ସୂଚନା ଦେଇଛନ୍ତି । ଅକ୍ଷୟ ଶକ୍ତି, ଜଳ ବିଶୋଧନ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ କ୍ଷେତ୍ରରେ କାମ କରିବାକୁ କୋରିଆନ୍ କମ୍ପାନୀଗୁଡିକ ଉତ୍ସାହିତ ଥିବା କୋତ୍ରାର ନିର୍ଦ୍ଦେଶକ ଡ. ୟଙ୍ଗ ସେଓନ୍ ପାର୍କ ସୂଚନା ଦେଇଛନ୍ତି ।
ଆସନ୍ତା ସେପ୍ଟେମ୍ବରରେ ଲଗାତାର ବୈଠକ ଅନୁଷ୍ଠିତ ହେବ । ବୈଠକରେ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ତଥା ଇପିକଲର ପରିଚାଳନା ନିର୍ଦ୍ଦେଶକ ନିତୀନ ଭାନୁଦାସ ଜାୱାଲେ ଓଡିଶାର ସାମର୍ଥ୍ୟ ଓ ବିବିଧତା ବିଷୟରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରିଥିଲେ । ରାଜ୍ୟରେ ଆଗାମୀ ଦିନରେ ୨ ଲକ୍ଷ କୋଟିର ପୁଞ୍ଜିବିନିଯୋଗର ସମ୍ଭାବନା ଥିବା ଦର୍ଶାଇଛନ୍ତି । କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର ଓଡିଶା ଚାପ୍ଟରର ଅଧ୍ୟକ୍ଷ ଜେ.ବି. ପାଣି ସଂଯୋଜନା କରିଥିବାବେଳେ କସୁଲ ଜେନେରାଲ ରିପବ୍ଲିକ୍ ଅଫ୍ କୋରିଆ ସିଦ୍ଧାନ୍ତ କାଉଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ