ETV Bharat / city

ବାଇକ ଚୋରି କରି ହୋଟେଲରେ ଖାଉଥିଲେ, ମାଡି ବସିଲେ ଲୋକେ

ଗାଡି ଚୋରିକରି ଚମ୍ପଟ ମାରିବା ପରେ ହୋଟେଲରେ ଥକା ମେଣ୍ଟାଉଥିଲେ ଅଭିଯୁକ୍ତ, ମାଡି ବସିଲେ ସ୍ଥାନୀୟ ଲୋକ । ଅଧିକ ପଢନ୍ତୁ...

author img

By

Published : Oct 7, 2021, 9:43 AM IST

Updated : Oct 7, 2021, 10:51 AM IST

ବାଇକ ଚୋରିକରି ହୋଟେଲରେ ଭୋଜନ ସମୟରେ ଧରାପଡିଲେ

ଭୁବନେଶ୍ବର: ଚୋରିକରି 'ଧୁମ୍' ଫିଲ୍ମ ଷ୍ଟାଇଲରେ ଖସି ପଳାଇଥିବା ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି ଲୋକେ । ଚୋରି କରି ଥକା ମେଣ୍ଟାଇବାକୁ ହୋଟେଲରେ ବିଶ୍ରାମ ନେଉଥିବା ସମୟରେ ମାଡି ବସିଛନ୍ତି ଲୋକେ ।

ବାଇକ ଚୋରି କରି ହୋଟେଲ କରୁଥିଲେ ଭୋଜନ, ମାଡି ବସିଲେ ଲୋକେ

ସୂଚନା ଅନୁସାରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ବୁଧବାର ତୁଷାରକାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଥିଲା । ଏନେଇ ସେ ଖୋଜା ଖୋଜି କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଫଟୋ ପାଇଥିଲେ । ଭୁବନଶ୍ବର କଳ୍ପନା ମାଛ ମାର୍କେଟ ନିକଟସ୍ଥ ଏକ ହୋଟେଲ ବାହାରେ ଚୋରି ହୋଇଥିବା ବାଇକ୍ ରଖି ୨ ଜଣ ଖାଉଥିବା ନେଇ ତୁଷାରକାନ୍ତ ଖବର ପାଇଥିଲେ । ଏହାପରେ ସେ ତୁରନ୍ତ ସେଠାରେ ପହଞ୍ଚି ୨ ଜଣଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ।

ଏଥିସହ ତାଙ୍କ ଗାଡିକୁ ଚିହ୍ନଟ କରିବା ସହ ନମ୍ବର ପ୍ଲେଟ ବଦଳାଇ ଦେବା ସହ ଗାଡି ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 7, 2021, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.