ETV Bharat / city

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବାଇକ ଶୋଭାଯାତ୍ରା - ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

ଆଜି ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡିଶା ଶାଖା ପକ୍ଷରୁ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ

bike rally for biju patnaik death anniversary in bhubaneswar
ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବାଇକ ଶୋଭାଯାତ୍ରା
author img

By

Published : Apr 17, 2022, 2:53 PM IST

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ମାନବାଧିକାର(international human rights council) ପରିଷଦର ଓଡିଶା ଶାଖା ପକ୍ଷରୁ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ଟି ବାଇକ ଚାଳକ ଯୋଗ ଦେଇଛନ୍ତି ।

ରାଜ୍ୟ ସଭାପତି ସରୋଜ ତରାସିଆଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ମୁଖପାତ୍ର ସୁଲତା ଦେଓ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭୀକତା, ସାହସୀକତା ଓ ଓଡ଼ିଶା ପ୍ରତି ଥିବା ବ୍ୟାକୁଳତା ଉପରେ ଆଲୋକପାତ କରିଥିଲେ ।

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବାଇକ ଶୋଭାଯାତ୍ରା

ସମ୍ମାନିତ ଅତିଥି ଭାବେ ସମରେନ୍ଦ୍ର ସାହୁ, ନରେଶ ପାତ୍ର ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ବାରା ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡିଶା କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଉଦ୍‌ଘାଟିତ ହୋଇଥିଲା । ଏହାପରେ ବାଇକ ଶୋଭାଯାତ୍ରା ବାହାରି ଜୟଦେବ ବିହାର, ରସୁଲଗଡ, ହାଇଟେକ ଫ୍ଲାଏ ଓଭର ହୋଇ ପୁରୀ ଅଭିମୁଖେ ଯାତ୍ରା କରି କୋଣାର୍କ ଠାରେ ପହଞ୍ଚିଥିଲା । ଶେଷରେ ନିମନ୍ତ୍ରିତ ଅତିଥି ଉଦଯାପନୀ ସଭାକୁ ସମ୍ବୋଧିତ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.