ଭୁବନେଶ୍ବର: କୋରୋନା ମହାମାରୀ ନେଇ ଅକ୍ଟୋବର ୨ରୁ ନଭେମ୍ବର ୨ ଯାଏ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ବିଜୁ ଜନତା ଦଳ । ଟୀକା ପହଞ୍ଚିବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ଆମର ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ପ୍ରତି ବର୍ଷ ବିଜୁ ଜନତା ଦଳ ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟକୁ ନେଇ ଗାନ୍ଧୀ ଜୟନ୍ତୀରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚୁଥିଲା । ଚଳିତ ବର୍ଷ ମହାମାରୀ କୋରୋନାକୁ ନେଇ ସାରା ରାଜ୍ୟରେ ଜନସଚେତନତା କରିବ ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଦଳର ସମସ୍ତ ସାଂସଦ, ବିଧାୟକଙ୍କୁ ବିଜେଡି ସଭାପତିଙ୍କ ଚିଠି ଦେଇଛନ୍ତି ।
କୋରୋନା ମହାମାରୀକୁ ନେଇ ଏହି ଜୟନ୍ତୀରେ ବିଜେଡି ଲୋକଙ୍କ ପାଖକୁ ଯାଇ ମାସ୍କ, ସାମାଜିକ ଦୂରତା ଓ କୋରୋନାର ଗାଇଡ ଲାଇନ ବିଷୟରେ ଲୋକଙ୍କୁ ସଚେତନତା କରିବ । ବିଜୁ ଜନତା ଦଳ ଗତ ୨୦ ବର୍ଷ ଧରି ଓଡ଼ିଶାବାସୀଙ୍କ ସୁଖଦୁଃଖରେ ସାଥୀ ହୋଇ ରହିଛି ।
ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ