ETV Bharat / city

ବିଜୁ ବାବୁ ଥିଲେ ସଂଗ୍ରାମୀ ପୁରୁଷ: ନବୀନ - bbsr news

ଭୁବନେଶ୍ବର ଜୟଦେବ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଜୁ ବାବୁଙ୍କ ଜୀବନ ଥିଲା ସଂଗ୍ରାମୀ ଜୀବନ। ସଂଗ୍ରାମ ହିଁ ଥିଲା ତାଙ୍କ ଜୀବନର ସବୁଠୁ ବଡ ପରିଚୟ। ଅଧିକ ପଢନ୍ତୁ...

biju-babu-was-a-fighter-man-says-nabin-patnaik-on-104th-birth-anniversarry-of-biju-patnaik
ବିଜୁ ବାବୁ ଥିଲେ ସଂଗ୍ରାମୀ ପୁରୁଷ: ନବୀନ
author img

By

Published : Mar 5, 2020, 11:19 PM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ପାଳିତ। ଭୁବନେଶ୍ବର ଜୟଦେବ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ବିଜୁ ବାବୁଙ୍କ ଜୀବନ ଥିଲା ସଂଗ୍ରାମୀ ଜୀବନ। ସଂଗ୍ରାମ ହିଁ ଥିଲା ତାଙ୍କ ଜୀବନର ସବୁଠୁ ବଡ ପରିଚୟ।

ବିଜୁ ବାବୁ ଥିଲେ ସଂଗ୍ରାମୀ ପୁରୁଷ: ନବୀନ

ଗୁରୁବାର ଭୁବନେଶ୍ବରରେ ବିଜୁ ପଟ୍ଟନାୟକଙ୍କ ୧୦୪ତମ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜୁ ବାବୁଙ୍କ ଜୀବନ ଥିଲା ସଂଗ୍ରାମୀ ଜୀବନ। ସଂଗ୍ରାମ ହିଁ ଥିଲା ତାଙ୍କ ଜୀବନର ସବୁଠୁ ବଡ ପରିଚୟ। କ୍ଷମତାରେ ବେଶି ଦିନ ନଥାଇ ମଧ୍ୟ ସାଧାରଣ ଲୋକଙ୍କ ସହ ସୁଖଦୁଃଖରେ ସାମିଲ ହୋଇଥିଲେ। ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା ଓଡିଶାକୁ ସମସ୍ତ କ୍ଷେତ୍ରରେ ଆଗେଇ ନେବା। ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦ ବର୍ଷ ପୂରଣ କରିଛି। ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତାଧାରା କାର୍ଯ୍ୟକାରୀ କରିବା ବିଜୁ ଜନତା ଦଳର ମୂଳ ଲକ୍ଷ୍ୟ। ଜନସାଧାରଣଙ୍କ ସ୍ବାର୍ଥ ଆଗରେ ରଖି କାମ କରିଚାଲିଛି। ଲୋକଙ୍କ ହକକୁ ଆଗରେ ରଖିଛୁ ,ସାଧାରଣ ଜନତା ହିଁ ଆମ ପାଇଁ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜ୍ଞାନ କାରିଗରୀ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ,ଭୁବନେଶ୍ବର ମଧ୍ୟ ଓ ଉତ୍ତର ବିଧାୟକ ବିଜୁ ବାବୁଙ୍କ ସଂଗ୍ରାମ ଜୀବନୀ ଉପରେ ଆଲୋକପାତ କରିଥିଲେ। ବିଜୁ ବାବୁଙ୍କ ଜୀବନୀ ଉପରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.