ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ସେତେ ଉତ୍କଣ୍ଠା ବଢି ଚାଲିଛି । ତେବେ ଏହି ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲଗିଛି । ସବୁ ଆଶାୟୀ ଏବେ ନିଜ ନିଜ ସ୍ତରରେ ଲବି କରିବା ଆରମ୍ଭ କରିଛନ୍ତି ।
ଏହି କ୍ରମରେ ବିଜେପୁର ଆସନରୁ ଛିଡା ହେବା ପାଇଁ ଆଶାୟୀ ଥିବା କହିଛନ୍ତି ପ୍ରଭାସ ସିଂ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ରାଜନୀତିରେ ଅଛି ଦଳ ପାଇଁ କାମ କରୁଛି ତେଣୁ ଟିକେଟ ପାଇଁ ଆଶାୟୀ ହେବା ସ୍ବାଭାବିକ ବୋଲି କହିଛନ୍ତି ପ୍ରଭାସ ସିଂ।
ପ୍ରଭାସ 2014ରୁ 2019 ବରଗଡ଼ର ସାଂସଦ ଥିଲେ । ସୂଚନା ଅନୁସାରେ ଆସନ୍ତାକାଲି ବିଜେପୁର ପାଇଁ ବିଜେଡି ପକ୍ଷରୁ ଗଠନ ହୋଇଥିବା କମିଟିର ବୈଠକ ବସିବାର ଅଛି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ