ଭୁବନେଶ୍ବର: ଶେଷ ହୋଇଛି ବିଜେପୁର ଉପ-ନିର୍ବାଚନ । ଦୀର୍ଘ ଏକମାସ ଧରି ଚାଲିଥିବା ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଯଦିଓ ସାଧାରଣ ନିର୍ବାଚନ ବେଳେ ମତଦାନ ପାଇଁ ଯେମିତି ଉତ୍ସାହ ଥିଲା ଏହି ଉପ-ନିର୍ବାଚନରେ ସେମିତି ନଥିଲା ତଥାପି 79ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆସନ୍ତା 24(ଗୁରୁବାର) ଫଳ ପ୍ରକାଶ ପାଇବାକୁ ଥିବାବେଳେ ଆଜି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ବଡ ପ୍ରତିକ୍ରିୟା ରଖଇଛନ୍ତି । ସଞ୍ଜୟ କହିଛନ୍ତି ବିଜେପୁରରେ ବିଜେଡି ବଡ ବ୍ୟବଧାନରେ ବିଜୟୀ ହେବ ।
କିନ୍ତୁ କେତେ ଭୋଟରେ ବିଜେଡି ଜିତିବ ସେ ସ୍ପଷ୍ଟ କରି ନାହାଁନ୍ତି । ସଞ୍ଜୟଙ୍କ ଏହି ବୟାନ ଦଳକୁ ସୁହାଇଥିବା ବେଳେ ବିରୋଧୀ ଶିବିରରେ ନିରାଶା ଦେଖାଦେଇଛି । ତେବେ ବିଜେପୁରରେ ବିଜେଡି କେତେ ବ୍ୟବଧାନରେ ବିଜୟୀ ହେବ ତାହ 24ରେ ସ୍ପଷ୍ଟ ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ