ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏବେ ବିଜେପୁର ତାତି । ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଏବେ ସବୁ ଦଳ ପ୍ରାର୍ଥୀ ଚୟନ ପାଇଁ ଚଳାଇଛନ୍ତି ରଣନୀତି । ଆଜି ରାଜ୍ୟ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବୈଠକ ବସିଥିଲା ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ପୂର୍ବରୁ ବିଜେପୁର ଗସ୍ତ କରିଥିଲା । ଦଳୀୟ ପ୍ରାର୍ଥୀ ପାଇଁ ବିଭିନ୍ନ ବର୍ଗର ନେତା ଓ ଜନତାଙ୍କ ସହ ଆଲୋଚନା କରିବା ପରେ ଆଜି ଦଳୀୟ କାର୍ଯ୍ୟାଳୟରେ ପ୍ରାର୍ଥୀ ପାଇଁ ବିଚାର ବିମର୍ଶ ହୋଇଥିଲା ।
ବିଜେପୁର ପାଇଁ 4ଜଣ ଦଳୀୟ ନେତା ପ୍ରାର୍ଥୀ ହେବାକୁ ଆବେଦନ କରିଛନ୍ତି । ସମସ୍ତ ଆବେଦନ କାରୀଙ୍କ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ପରେ 3ଜଣଙ୍କ ନାଁ କମିଟି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛି । ସଭାପତିଙ୍କ ଅନୁମୋଦନ ପରେ ଏହି ତାଳିକା ଏଆଇସିସିର ଅନୁମୋଦନ ପାଇଁ ପଠାଯିବ । ଏଆଇସିସି ଯାହାଙ୍କର ନାମରେ ମୋହର ମାରିବେ ସେ ବିଜେପୁର ପ୍ରାର୍ଥୀ ହେବେ ବୋଲି କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ