ETV Bharat / city

ବିଜେପୁର କାହାର: ପ୍ରସ୍ତୁତିରେ ସବୁ ଦଳ

ନିର୍ବାଚନ ପରେ ବିଜେଡି-ବିଜେପି ମଧ୍ୟରେ ରାଜନୈତିକ ଲଢେଇ ଶୀତଳ ପଡିଯାଇଛି । ଏହା ପୁଣି ଆରମ୍ଭ ହେବ ବିଜେପୁର ବାଏ-ଇଲେକ୍ସନରୁ...

author img

By

Published : Sep 19, 2019, 4:58 AM IST

Updated : Sep 19, 2019, 6:42 AM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟ ଦେଖିବ ଆଉ ଏକ ହାଇ ଭୋଲଟେଜ ନିର୍ବାଚନ । ଲଢେଇ ହେବ ପତିଆରାର । ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିବ ଶବ୍ଦର ଆକ୍ରମଣ । ନେତା ଖୋଲିବେ ପ୍ରତିପକ୍ଷଙ୍କ ଦୋଷ ଦୁର୍ବଳତା । ବିଜୟ ପାଇଁ ଚାଲିଛି ସମର ସଜ୍ଜା । ରଣକ୍ଷେତ୍ରରେ ନେତା କରୁଛନ୍ତି ଗୋଟି ଚାଳନା । ଆଉ ଏହାରି ଭିତରେ ବିଜେପୁରବାସୀ ବାଛିବେ ସେମାନଙ୍କର ପାଞ୍ଚ ବର୍ଷର ଭାଗ୍ୟ ବିଧାତା ।

ବିଜେପୁର ଉପ-ନିର୍ବାଚନ ପାଇଁ ଖୁବ୍‌ ଶୀଘ୍ର ଘୋଷଣା ହେବ ତାରିଖ । ସୂତ୍ର ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଗୁଲ ବଜାଇବେ । ସେହି ସମୟରେ ରାଜ୍ୟର ବିଜେପୁର ସହ ଅନ୍ୟ କିଛି ରାଜ୍ୟର ଉପ-ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇପାରେ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ? ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ସ୍ପଷ୍ଟ । କାରଣ ବିଜେପିରୁ ଆସି ବିଜେଡିରେ ମିଶିଥିବା ଏବଂ ବିଜେପୁର ପାଇଁ ଆଶାୟୀ ଥିବା ପ୍ରଭାତ ଆଦିତ୍ୟ ମିଶ୍ର ଓ ସୁବାସ ଚୌହାନଙ୍କୁ ଦଳ ଥଇଥାନ କରିସାରିଛି ନିର୍ବାଚନ ପୂର୍ବରୁ । ପ୍ରଭାତଙ୍କୁ ଆପିକଲ ଅଧ୍ୟକ୍ଷ ସହ ସୁବାସଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇଛି । ଏବେ ରୀତା ହିଁ ହେବେ ବିଜେଡିର ବିଜେପୁର ପ୍ରାର୍ଥୀ ।

ଅନ୍ୟପଟେ ଗୈରିକ ଦଳ ବିଜେପି ମଧ୍ୟ ଏଠାରେ ସବୁ ଶକ୍ତି ଲଗାଇ ଲଢିବ ବୋଲି ଘୋଷଣା କରିଛି । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ସମସ୍ତଙ୍କ ଅପେକ୍ଷା । କାରଣ 2018 ଉପ-ନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଏବେ ଅଲୋଡା । ଗତ ନିର୍ବାଚନରେ ଦଳ ତାଙ୍କ ବଦଳରେ ଜମିଦାର ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ । ଆଉ ସନତ ମଧ୍ୟ ପାଇଥିଲେ ପ୍ରାୟ 60ହଜାର ଭୋଟ । କିନ୍ତୁ ପଦ୍ମପୁର ଆସନରୁ ପରାଜିତ ହୋଇଥିବା ପ୍ରଦୀପ ପୁରୋହିତ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି ।

ସେହିପରି ସାଧାରଣ ନିର୍ବାଚନ ପରେ ଜବରଦସ୍ତ ପରାଜୟ ଝଟକା ଖାଇଥିବା କଂଗ୍ରେସ ଏପର୍ଯ୍ୟନ୍ତ ନିଜକୁ ସଜାଡି ପାରିନାହିଁ । ଗୋଟିଏ ସମୟରେ ଦଳର ଗଡ ଥିବା ବିଜେପୁର ଏବେ ନେତାଶୂନ୍ୟ ହେବା ସ୍ଥିତିରେ । 2018ରେ ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଏବେ ବିଜେଡି କ୍ୟାମ୍ପରେ । ଏପରି ସ୍ଥଳେ ରିପୁନାଥ ସେଠଙ୍କୁ ହିଁ ଦଳ ପ୍ରାର୍ଥୀ କରିପାରେ ।

Intro:Body:

BLANK

Conclusion:
Last Updated : Sep 19, 2019, 6:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.