ETV Bharat / city

ବିଜୁ ଯୁବ ବାହିନୀର ନୂଆ ମୁଖିଆ ଭାବେ ଦାୟିତ୍ବ ନେଲେ ବିଜୟ ନାୟକ - ଭୁବନେଶ୍ବର

କିଛି ଦିନ ମୁରବୀ ଶୂନ୍ୟ ରହିବା ପରେ ମଙ୍ଗଳବାର ବିଜୁ ଯୁବ ବାହିନୀର ନୂଆ ମୁଖିଆ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଜେଡିର ସାଧାରଣ ସମ୍ପାଦକ ତଥା ଯୁବ ନେତା ବିଜୟ ନାୟକ ଏହି ପଦବୀ ପୂରଣ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 20, 2019, 6:47 PM IST

ଭୁବନେଶ୍ବର: କିଛି ଦିନ ମୁରବୀ ଶୂନ୍ୟ ରହିବା ପରେ ମଙ୍ଗଳବାର ବିଜୁ ଯୁବ ବାହିନୀର ନୂଆ ମୁଖିଆ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ଅରୂପ ପଟ୍ଟନାୟକଙ୍କ ଇସ୍ତଫା ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଖାଲି ପଡିଥିଲା ଏହି ପଦବୀ । ଯାହାକୁ ଏବେ ପୂରଣ କରିଛନ୍ତି ବିଜେଡିର ସାଧାରଣ ସମ୍ପାଦକ ତଥା ଯୁବ ନେତା ବିଜୟ ନାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀର ଅଧ୍ୟକ୍ଷ ଥିବା ମୁମ୍ବାଇର ପୋଲିସ କମିଶନର ତଥା ଓଡ଼ିଆ ପୁଅ ଅରୂପ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ପଦବୀ ଖାଲି ପଡିଥିଲା। କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ କମିଶନର ଅଧ୍ୟକ୍ଷମାନଙ୍କ ନାମ ଘୋଷଣା କରିଥିଲେ। ଯେଉଁଥିରେ ଅଧ୍ୟକ୍ଷ ପଦ ପାଇଁ ସେ ଯୁବ ନେତା ବିଜୟ ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ନାମ ଘୋଷଣା କରିଥିଲେ।

ଏନେଇ ମଙ୍ଗଳବାର ବିଜୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଯୁବକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନକୁ କାର୍ଯ୍ୟକାରୀ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥି ସହିତ ଭବିଷ୍ୟତର ଦକ୍ଷ ଓ ଉନ୍ନତ ଯୁବଶକ୍ତି ଗଢି ତୋଳିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହାକୁ ସେ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ତେବେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ଶୁଭକାମନା ଜଣାଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କିଛି ଦିନର ମୁରବି ଶୂନ୍ୟ ରହିବା ପରେ ଆଜି ବିଜୁ ଯୁବ ବାହିନୀ ର ନୂଆ ମୁଖିଆ ଦାଇତ୍ୱ ଗ୍ରହଣ କରିଛନ୍ତି।ବିଜେଡିର ସାଧାରଣ ସମ୍ପାଦକ ଥିବା ଯୁବ ନେତା ବିଜୟ ନାୟକ ଏହି ନୂତନ ଭାର ଆଜିଠାରୁ ବହନ କରିଛନ୍ତି।

Body:ସୂଚନାଯୋଗ୍ୟ କି ନିର୍ବାଚନ ପୂର୍ବରୁ ଏହାର ଅଧ୍ୟକ୍ଷ ଥିବା ମୁମ୍ବାଇ ର ପୋଲିସ କମିଶନର ଓଡ଼ିଆ ଅରୂପ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଏଥିରୁ ଇସ୍ତଫା ଦେଇଥିଲେ।ସେବେଠାରୁ ଏହା ଖାଲି ପଡିଥିଲା।କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ କମିଶନ ର ଅଧ୍ୟକ୍ଷମାନଙ୍କ ନାମ ଘୋଷଣା କରିଥିଲେ।ଏଥିପାଇଁ ସେ ଯୁବ ନେତା ବିଜୟ ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ନାମ ଘୋଷଣା କରିଥିଲେ।ଆଜି ସେ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା କାର୍ଯ୍ୟାଳୟରେ ତାଙ୍କ ଦାଇତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ସେ ଯୁବକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ କୁ କାର୍ଯ୍ୟକାରୀ କରି ସେମାନଙ୍କୁ ସଶକ୍ତ କରିବା ସହିତ ଆଗାମୀ ଭବିଷ୍ୟତର ଦକ୍ଷ ଓ ଉନ୍ନତ ଯୁବଶକ୍ତି ଗଢିତୋଳିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।ମୁଖ୍ୟ ମନ୍ତ୍ରୀ ଏହି ଯେଉଁ ଗୁରୁ ଦାଇତ୍ୱ ତାଙ୍କ ଉପରେ ଅର୍ପଣ କରିଛନ୍ତି ତାକୁ ସେ ସୁଚାରୁରୂପେ ସମ୍ପାଦନ କରିବେ ବୋଲି କହିଛନ୍ତି।ଆଜି ଏହି ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କୁ କାର୍ଯ୍ୟଳୟର କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
ବାଇଟ-ବିଜୟ ନାୟକ-ଅଧ୍ୟକ୍ଷ ବିଜୁ ଯୁବ ବାହିନୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.