ETV Bharat / city

ନୀତି ଆୟୋଗ ବୈଠକରେ ବିହାର ପାଇଁ ଓଡିଶାରେ ବନ୍ଦର ପ୍ରତିଷ୍ଠା ଦାବି କଲେ ନୀତିଶ କୁମାର - ନୀତି ଆୟୋଗ ବିହାର ବୈଠକ

ଆଜି ନୀତି ଆୟୋଗର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିହାର ପାଇଁ ଓଡିଶାରେ ବନ୍ଦର ପ୍ରତିଷ୍ଠା ଦାବି କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ...

Bihar cm Nitish Kumar
ନୀତି ଆୟୋଗ ବୈଠକରେ ବିହାର ପାଇଁ ଓଡିଶାରେ ବନ୍ଦର ପ୍ରତିଷ୍ଠା ଦାବି କଲେ ନୀତିଶ କୁମାର
author img

By

Published : Feb 20, 2021, 9:28 PM IST

ନୂଆଦିଲ୍ଲୀ: ନୀତି ଆୟୋଗ ବୈଠକରେ ବିହାର ପାଇଁ ଓଡିଶାରେ ବନ୍ଦର ପ୍ରତିଷ୍ଠା ଦାବି କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ନୀତି ଆୟୋଗର ଷଷ୍ଠ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସକ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ପାଇଁ ଓଡିଶାରେ ବିହାର ପାଇଁ ସ୍ବତନ୍ତ୍ର ବନ୍ଦର କରିବା ପାଇଁ ଦାବି କରିଛନ୍ତି । ଏହା ଦ୍ବାରା ସେମାନଙ୍କ ପାଇଁ ପଣ୍ୟ କାରବାର ବୃଦ୍ଧି ପାଇବ । ଏହା ଉଭୟ ବିହାର ଓ ଝାଡଖଣ୍ଡ ପାଇଁ ଉପଯୋଗୀ ହୋଇ ପାରିବ ବୋଲି କହିଛନ୍ତି । ଏହାକୁ ଝାଡଖଣ୍ଡମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମର୍ଥନ କରିଛନ୍ତି ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ।

ସୂଚନାଥାଉକି ବିହାର ପୂର୍ବ ଭାରତରେ ଏକ ରାଜ୍ୟ ହୋଇଥିବାବେଳେ ରାଜ୍ୟରେ କୌଣସି ପଣ୍ୟପରିବହନ ପାଇଁ କୌଣସି ସୁଯୋଗ ନାହିଁ । ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ପାଇଁ ଏକ ବନ୍ଦରର ଆବଶ୍ୟକତା ରହିଥିବା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.