ETV Bharat / city

ବିଜୁ ବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ; ସାରା ରାଜ୍ୟରେ ସାଇକେଲ ରାଲି - ପ୍ରବାଦ ପୁରୁଷ

ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ
ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ
author img

By

Published : Mar 5, 2021, 11:28 AM IST

Updated : Mar 5, 2021, 2:17 PM IST

13:50 March 05

ଢେଙ୍କାନାଳରେ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ

ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ପାଳନ

ଢେଙ୍କାନାଳ: ଜିଲ୍ଲାରେ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ଜିଲ୍ଲାପରିଷଦର ଦ୍ବିତୀୟ ସଭାଗୃହ ଉଦଘାଟନ ହୋଇଛି ।

ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଜିଲା ବିଜେଡି ସଭାପତି ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାର ଉଦଘାଟନ କରିଥିଲେ । ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଯୋଗଦେଇ ଦଳ ସଂଗଠନ ମଜଭୁତ ସହ ବିଜୁ ବାବୁଙ୍କ ସ୍ବପ୍ନର ଓଡିଶା ଗଠନ ଦିଗରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ନୂଆ ରୂପରେ ୫୦ଲକ୍ଷ ଟଙ୍କା ବ୍ୟୟରେ ପୁନଃରୁଦ୍ଧାର କରାଯାଇଥିବା ପୁରୁଣା ଜିଲ୍ଲାପରିଷଦ ସଭାଗୁହକୁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଲୋକାର୍ପଣ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟଭି ଭାରତ

13:04 March 05

ବାଲେଶ୍ବରରେ ବିଜୁ ବାବୁଙ୍କୁ ମାଲ୍ୟାର୍ପଣ ଅର୍ପଣ

ବିଜୁ ପଟ୍ଟନାୟକଙ୍କ 105ତମ ଜନ୍ମ ଜୟନ୍ତୀ

ବାଲେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସହରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା ।

ଏହା ପରେ ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଓଡିଶା ବିକାଶରେ ବିଜେଡିର କାର୍ଯ୍ୟପନ୍ଥା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

12:50 March 05

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ସୁବର୍ଣ୍ଣପୁର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନା କକ୍ଷରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ  ବା ଲୋକସେବା ଦିବସ ପାଳିତ ହୋଇଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ମିଳିତ ଭାବେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଛନ୍ତି ।

ନିଷ୍ଠାର ସହିତ ସରକାରୀ କର୍ମଚାରୀ ମାନେ କାର୍ଯ୍ୟ କଲେ ହିତାଧିକାରୀ ମାନେ ସୁଫଳ ପାଇବା ସହିତ ଯୋଜନାର ସଫଳ ରୂପାୟନ ହୋଇ ପାରିବ ବୋଲି କହିଥିଲେ। ତେବେ ଜିଲ୍ଲାରେ କାଁ ଭାଁ ଗୋଟିଏ ଦୁଇଟି ଘଟଣାକୁ ବାଦ ଦେଲେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଓ ଜନହିତକର ଯୋଜନା ଗୁଡ଼ିକର ସଫଳତା ପାଇଁ ଉଭୟ ରାଜନୈତିକ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ସାଧୁବାଦ ଜଣେଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

12:02 March 05

କେନ୍ଦୁଝରରେ ସାଇକେଲ ରାଲି

ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ

କେନ୍ଦୁଝର: ଆଜି ସାରା ଓଡ଼ିଶାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ପାଳିତ ହେଉଛି । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଜିଲ୍ଲାର ବିଜୁ ପଟ୍ଟନାୟକ ଛକ ଠାରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରାକୁ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସାଇକେଲ ଶୋଭାଯାତ୍ରାରେ ବିଜୁ ଯୁବ ଜନତା ଦଳର ଶତାଧିକ କର୍ମୀ ସାମିଲ ହୋଇ ସାଇକେଲ ଧରି ସହର ପରିକ୍ରମା କରିଛନ୍ତି । ଏହା ପରେ ସ୍ଥାନୀୟ ନଗର ଭବନ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏହି ସାଧାରଣ ସଭାରେ ବିଜୁ ଜନତା ଦଳର ବହୁ ପୁରାତନ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

11:51 March 05

ଯାଜପୁରରେ ବିଜୁ ଜୟନ୍ତୀ ପାଳିତ

ବିଜୁ ବାବୁଙ୍କ 105ତମ ଜନ୍ମ ଜୟନ୍ତୀ

ଯାଜପୁର: ବିଜୁ ବାବୁଙ୍କ 105ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବ୍ୟାସନଗର ମୁନିସିପାଲିଟି ଟାଉନ ହଲ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଛି । କୋରେଇ ବିଧାୟକ ଅଶୋକ କୁମାର ବଳଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

11:42 March 05

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ

ବିଜୁ ବାବୁଙ୍କ ସ୍ମୃତି ଚାରଣ

ଭୁବନେଶ୍ବର: ସାରା ରାଜ୍ୟରେ ପାଳିତ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ମେ ଫେୟାର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଛି । ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହ ଓଡିଶା ପାଇଁ ତାଙ୍କ ସ୍ବର୍ଣ୍ଣିମ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଛି ।

ରାଜ୍ୟ ବିଜେଡି ସାଂସ୍କୃତିକ ସମନ୍ବୟ ସାମୁଖ୍ୟ ପକ୍ଷରୁ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା । ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଢୋଲ ମୁରଦଙ୍ଗ ବଜାଇ ସଂକିତ୍ତ୍ରନ ସହ ସଂସ୍ଥା ପକ୍ଷରୁ ବିଜୁ ବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ସାହୁ, ଇଟିଭା ଭାରତ

11:32 March 05

ପୁରୀରେ ସାଇକେଲ ରାଲି

ପୁରୀରେ ସାଇକେଲ ରାଲି

11:21 March 05

ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ମିନି ମାରାଥନ

ମିନି ମାରାଥନ
ମିନି ମାରାଥନ

ଭୁବନେଶ୍ବର: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମଜୟନ୍ତୀ। ସେ ଜଣେ ପାଇଲଟ ରହିବା ସହ ଜଣେ ଉଚ୍ଚ କୋଟିର କ୍ରୀଡ଼ାବିତ ମଧ୍ୟ ଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରତି ବର୍ଷ ମିନି ମାରାଥନ ଆୟୋଜନ କରାଯାଉଛି। ଚଳିତ ବର୍ଷ ମଧ୍ୟ ଏହା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନକୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ,ବିଶିଷ୍ଟ କ୍ରୀଡ଼ାବିତ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ,କ୍ରୀଡା ସଚିବ ବିଶାଳ ଦେବ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

09:24 March 05

ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ସାଇକେଲ ରାଲି

ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସାଇକେଲ ରାଲି

ଭବାନୀପାଟଣା: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମଜୟନ୍ତୀ । ଏହି ଅବସରରେ ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସାଇକେଲ ରାଲି ହୋଇଛି ।

ଜିଲ୍ଲା ଭବାନୀପାଟଣା ସହର ମେଡିକାଲ ଛକ ରେ ଥିବା ବିଜୁ ଭାବୁଙ୍କ ପ୍ରତିମୂର୍ତ୍ତି ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଯୁବକ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 5, 2021, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.