ETV Bharat / city

ରାଜଧାନୀ ହେବ ଭିକାରୀ ମୁକ୍ତ, ବେସରକାରୀ ସଂଗଠନ କରିବ ସହଯୋଗ

ସ୍ମାର୍ଟସିଟି ଭୁବନେଶ୍ୱରରେ ଥିବା ସମସ୍ତ ଭିକାରୀଙ୍କୁ ଥଇଥାନ କରାଯିବ। ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ ଭିକାରୀମାନଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

bhubneswar will beggars free in ekamra Plan for lingaraj temple
ରାଜଧାନୀ ହେବ ଭିକାରୀ ମୁକ୍ତ, ବେସରକାରୀ ସଂଗଠନ କରିବ ସହଯୋଗ
author img

By

Published : Dec 8, 2020, 10:23 PM IST

ଭୁବନେଶ୍ବର: ରାଜଧାନୀ ହେବ ଭିକାରୀ ମୁକ୍ତ। ସ୍ମାର୍ଟସିଟି ଭୁବନେଶ୍ୱରରେ ଥିବା ସମସ୍ତ ଭିକାରୀଙ୍କୁ ଥଇଥାନ କରାଯିବ। ଭୁବନେଶ୍ବର ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ ଭିକାରୀମାନଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ନିଗମ। ଏଥିପାଇଁ ସର୍ଭେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ନେଇ ସୂଚନା ମଳିଛି।

bhubneswar will beggars free in ekamra Plan for lingaraj temple
ରାଜଧାନୀ ହେବ ଭିକାରୀ ମୁକ୍ତ, ବେସରକାରୀ ସଂଗଠନ କରିବ ସହଯୋଗ

କିଛି ବେସରକାରୀ ସଂଗଠନ ଏହି ଯୋଜନାରେ ସହଯୋଗ କରୁଥିବା ସୂଚନା ମିଳିଛି। ଐତିହ୍ୟ ମନ୍ଦିର ମାଳିନୀ ସହର ପାଇଁ ଏହି ଏକାମ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ ସରକାର କିଛି ବେସରକାରୀ ସଂଗଠନ ସହ ମିଶି ରାଜଧାନୀରେ ଥିବା ଭିକାରୀଙ୍କୁ ନିରାଶ୍ରୟ ସ୍ଥଳୀରେ ଆଶ୍ରୟ ଦେବାକୁ ସ୍ଥିର କରାଯାଇଛି। ଏହାସହ ଯେଉଁ ନିରାଶ୍ରୟମାନେ ନିଜ ଜିଲ୍ଲା ବା ନିଜ ଘରକୁ ଫେରିବାକୁ ଚାହିଁବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ।

ପ୍ରଥମ ପର୍ଯ୍ୟାୟରେ ପୁରୁଣା ଭୁବନେଶ୍ୱର ଓଲ୍ଡଟାଉନ ଅଞ୍ଚଳରେ ଥିବା ସମସ୍ତ ଭିକ୍ଷୁକଙ୍କୁ ଚିହ୍ନଟ କରାଯିବା ନେଇ ସୂଚନା ମିଳିଛି। ଲିଙ୍ଗରାଜ ଚତୁର୍ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଏକାମ୍ର ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହାସହ ପୁରୀ ମନ୍ଦିର ଭଳି ଲିଙ୍ଗରାଜଙ୍କ ପାଇଁ ମଧ୍ୟ ଖୁବଶୀଘ୍ର ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.