ଭୁବନେଶ୍ବର: ଏଥର ଭୁବନେଶ୍ୱରରେ ହେବନି ବାଲିଯାତ୍ରା । କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଭୁବନେଶ୍ବର ବାଲିଯାତ୍ରା ଆୟୋଜନ ପାଇଁ ପୋଲିସ କମିଶନର ମନା କରିଛନ୍ତି ।
ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସହ ପୋଲିସ କମିଶନରଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି କମିଶନର। ତେବେ ସ୍ଥିତିରେ ଉନ୍ନତି ଆସିଲେ ଆସନ୍ତା ବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ ବୋଲି ସେ କହିଛନ୍ତି । ଆଗରୁ କଟକରେ ବାଲିଯାତ୍ରା ସ୍ଥଗିତ ରହିଥିବା ବେଳେ ଏବେ ଭୁବନେଶ୍ବର ବାଲିଯାତ୍ରାକୁ ଅନୁମତି ମିଳିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ