ETV Bharat / city

ବଢୁଛି ଅପରାଜିତାଙ୍କ କ୍ରେଜ, ନଡ୍ଡାଙ୍କ ନୂଆ ଟିମରେ ସାମିଲ ପରେ କଣ କହିଲେ ସାଂସଦ ? - ଭୁବନେଶ୍ବର ଲୋକସଭା

ଜାତୀୟ ବିଜେପି ଟିମରେ ପ୍ରଥମଥର ପାଇଁ ସାମିଲ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଡ୍ଡାଙ୍କ ନୂଆ ଟିମରେ ଅନେକ ପୁରୁଖା ନେତା ସାମିଲ ହୋଇଥିବା ବେଳେ ଅପରାଜିତାଙ୍କୁ ମଧ୍ୟ ରଖିଛନ୍ତି ଜେପି ନଡ୍ଡା । ଅଧିକ ପଢନ୍ତୁ...

ଦଳରେ ବଢୁଛି ଅପରାଜିତାଙ୍କ କ୍ରେଜ, ନଡ୍ଡାଙ୍କ ନୂଆ ଟିମରେ ନାଁ ସାମିଲ

author img

By

Published : Sep 26, 2020, 8:57 PM IST

ହାଇଦ୍ରାବାଦ: ବିଜେପିର ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ନୂତନ କମିଟିରେ ନଡ୍ଡା 12 ଜଣ ଉପ-ସଭାପତି, 8 ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ନୂତନ କମିଟିରେ 23 ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରିଛନ୍ତି ନଡ୍ଡା । ଏହି ନୂତନ କମିଟିରେ ପ୍ରଥମଥର ପାଇଁ ସାମିଲ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଦଳରେ ବଢୁଛି ଅପରାଜିତାଙ୍କ କ୍ରେଜ, ନଡ୍ଡାଙ୍କ ନୂଆ ଟିମରେ ନାଁ ସାମିଲ
ଦଳରେ ବଢୁଛି ଅପରାଜିତାଙ୍କ କ୍ରେଜ, ନଡ୍ଡାଙ୍କ ନୂଆ ଟିମରେ ନାଁ ସାମିଲ

ପୂର୍ବରୁ ସୁପ୍ରଶାସିକା ଭାବରେ କେନ୍ଦ୍ରରେ ଦାୟିତ୍ବ ନିଭାଇଥିବା ଅପରାଜିତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ସେହିପରି ବିଜେଡ଼ିର ଗଡ ଭୁବନେଶ୍ବରକୁ ଅପରାଜିତା ଦଖଲ କରିବାପରେ ଦଳରେ ତାଙ୍କର ପ୍ରାଧାନ୍ୟ ବଢିଥିବା ମଧ୍ୟ ସ୍ପଷ୍ଟ ।

ସେପଟେ ଲୋକସଭାରେ ସାଂସଦ ଷଡ଼ଙ୍ଗୀ ଅନେକ ପ୍ରସଙ୍ଗରେ ଭାଗ ନେବା ସହ ନିଜର ସ୍ପଷ୍ଟ ଏବଂ ତଥ୍ୟ ଭିତ୍ତିକ ଯୁକ୍ତି ମଧ୍ୟ ଉପସ୍ଥାପନ କରି ଦଳର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଦଳ ମୋଟ 23 ଜଣ କାର୍ଯ୍ୟକର୍ତ୍ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଥିବାବେଳେ ଅପରାଜିତାଙ୍କୁ ମଧ୍ୟ ଦଳ ଜାତୀୟ ଟିମରେ ସାମିଲ କରିଛି । ଦାୟିତ୍ବ ମିଳିବା ପରେ ଅପରାଜିତା ଟ୍ବିଟ କରି ଦଳକୁ କୃତଜ୍ଞତା ଜ୍ଞାପନ କରିବା ସହ ନିଜର କର୍ମୀ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.