ଭୁବନେଶ୍ବର: ୟୁନିଟ 4 ମାର୍କେଟକୁ ସିଲ୍ କଲା ବିଏମସି । କୋରୋନା କାୟାକୁ ନଜରରେ ରଖି ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ୟୁନିଟ 4ର 4 ନମ୍ବର ମାର୍କେଟକୁ ସିଲ୍ କରିବା ନିଷ୍ପତ୍ତି ନେଇଛି ବିଏମସି ।
ଗୁରୁବାର ଏହି ମାର୍କେଟରୁ 4 ଜଣ କୋରୋନା ପଜେଟିଭ ଚିହ୍ନଟ ହେବା ପରେ, ବିଏମସି ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।
ତେବେ,ଭୁବନେଶ୍ବର ମହାମଗର ନିଗମ, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ମାର୍କେଟକୁ ବନ୍ଦ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଡାକବାଡି ଯନ୍ତ୍ର ଦ୍ବାରା ପ୍ରଚାର ମଧ୍ୟ କରାଯାଉଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ