ETV Bharat / city

ଖୁବଶୀଘ୍ର ଖୋଲିବ ୟୁନିଟ-୨ ଫଳ ବଜାର - ଖୋଲିବ ୟୁନିଟ ୨ଠାରେ ଥିବା ଫଳ ମାର୍କେଟ

ଖୁବଶୀଘ୍ର ଖୋଲିବ ୟୁନିଟ-୨ ଠାରେ ଥିବା ଫଳ ମାର୍କେଟ । ଏଥିପାଇଁ ଅନେକ ସୁବିଧା କରାଯାଇଛି ଫଳ ବ୍ୟବସାୟୀଙ୍କ ପାଇଁ । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର ଖୋଲିବ ୟୁନିଟ-୨ ଫଳ ବଜାର
ଖୁବଶୀଘ୍ର ଖୋଲିବ ୟୁନିଟ-୨ ଫଳ ବଜାର
author img

By

Published : Jun 28, 2022, 7:00 PM IST

ଭୁବନେଶ୍ବର : ଆଉ ରାସ୍ତା କଡ଼ରେ ବସି ବ୍ୟବସାୟ କରିବେ ନାହିଁ ଫଳ ବ୍ୟବସାୟୀ । ବହୁ ଦିନର ପ୍ରତୀକ୍ଷା ପରେ ଏଣିକି ଗୋଟିଏ ସ୍ଥାନରେ ଏକାଠି ହେବେ ଫଳ ବ୍ୟବସାୟୀ । ଆଉ ଗ୍ରାହକଙ୍କୁ କି ଦୋକାନୀଙ୍କୁ ବି ବିଭିନ୍ନ ସ୍ଥାନ ବୁଲିବାକୁ ପଡିବ ନାହିଁ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୟୁନିଟ-୨ ଠାରେ ଥିବା ଫଳ ମାର୍କେଟ ଖୁବଶୀଘ୍ର ଖୋଲିବ। କରୋନା ଯୋଗୁଁ କାର୍ଯ୍ୟ ତ୍ବରାନ୍ବିତ ହେଉନଥିବାବେଳେ କରୋନା ପରେ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହିତ ନେଇଥିଲେ। ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ପ୍ରଥମ ଓ ଦ୍ବିତୀୟ ମହଲା ବିଶିଷ୍ଟ ଏହି ମାର୍କେଟରେ ବର୍ତ୍ତମାନ ସୁଦ୍ଧା ୭୮ ବ୍ୟବସାୟୀଙ୍କୁ ଗୃହ ଆବଣ୍ଟନ କରାଯାଇଛି ।

ଖୁବଶୀଘ୍ର ଖୋଲିବ ୟୁନିଟ-୨ ଫଳ ବଜାର

ତେବେ ମାସିକ ୩୫ ଟଙ୍କା ହିସାବରେ ବ୍ୟବସାୟୀ ଭଡା ଦେବେ । ଏହାଛଡା ପ୍ରତି ଦୋକାନ ଘର ୯ଫୁଟରେ ୮ ଫୁଟ ରହିଛି । ମୋଟାମୋଟି ଭାବେ ୭୨ ବର୍ଗଫୁଟ କରାଯାଇଛି । ଏହାଦ୍ବାରା କୌଣସି ଦୋକାନୀଙ୍କୁ ବ୍ୟବସାୟ ଓ ସାମଗ୍ରୀ ରଖିବାରେ ଅସୁବିଧା ହେବନାହିଁ। ସୁରକ୍ଷା ବାବଦରେ ଟଙ୍କା ୪ଲକ୍ଷ ପ୍ରତି ଦୋକନୀଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି ଯାହାକି ପରବର୍ତ୍ତୀ ସମୟରେ ଫେରସ୍ତଯୋଗ୍ୟ। ୧.୯୨ କୋଟି ବ୍ୟୟରେ ପ୍ରାୟ ୪ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି ।

ତେବେ ପ୍ରତି ମହଲାରେ ୨ଟି ଲେଖାଏଁ କରି ମୋଟ୍‌ ୬ଟି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି। ସେହିପରି ଏଠାରେ ଭୂତଳ ପାର୍କିଂର ବ୍ୟବସ୍ଥା ମଧ୍ୟ ରହିଛି। ମାର୍କେଟ୍‌ ପାଇଁ ସ୍ବତନ୍ତ୍ର ବିଜୁଳି ଟ୍ରାନ୍ସଫର୍ମର୍‌ ସ୍ଥାପନା କରାଯାଇଛି । ଫଳ ବ୍ୟବସାୟୀଙ୍କୁ ବ୍ୟବସ୍ଥିତ କରିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହିତ ବାହାରେ ବସିବା ଯୋଗୁଁ ସ୍ପଳ୍ପ ସମୟରେ ଯେଉଁ ଫଳଗୁଡିକ ଖରାପ ହେଉଥିଲା ଅନ୍ତତଃ ତାହା ହେବ ନାହିଁ ।

ଏନେଇ ମେୟର ସୁଲୋଚନା ଦାସ କହିଛନ୍ତି ରାସ୍ତାକଡ ଦୋକନୀଙ୍କୁ ପ୍ରୋତ୍ସାହିତ କରି ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଛଡା ଆଗକୁ ଅନେକ ପଦକ୍ଷେପ ଗ୍ରହଣ କରାଯିବ ଯାହାକି ଉଠାଦୋକାନୀଙ୍କୁ ସହାୟକ ହେବ । ୩୫ ଟଙ୍କା ହିସାବରେ ଭଡା ଦେବା ସହିତ ବିଜୁଳି ବିଲ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପୃକ୍ତ ଦୋକାନୀ ଭରଣା କରିବେ ।

ସୂଚନା ଅନୁସାରେ ୨୨ ଡିସେମ୍ବର ୨୦୨୦ରେ ଲଟେରି ମାଧ୍ୟମରେ ଦୋକାନୀଙ୍କୁ ଗୃ୍ହ ଆବଣ୍ଟନ କରାଯାଇଥିଲା। କରୋନା ଯୋଗୁଁ କାର୍ଯ୍ୟ ଆଗେଇ ପାରିନଥିଲା। ଉଭୟ ୟୁନିଟ୍‌-୧ ଓ ୟୁନିଟ୍‌-୨ ଅଞ୍ଚଳରେ ପ୍ରାୟ ୨୫୦ ବ୍ୟବସାୟୀ ଫଳ ବିକ୍ରି କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଭେଣ୍ଡିଂ ଜୋନ୍‌ ସୁବିଧା ପାଇଥିବାବେଳେ ଅନେକ ହାଟ ମଧ୍ୟରେ ସ୍ଥାନ ପାଇଛନ୍ତି।

ତେବେ ଶତାଧିକ ବ୍ୟବସାୟୀ ଠେଲାଗାଡ଼ିରେ ରାସ୍ତାକଡ଼ରେ ଫଳବିକ୍ରି କରୁଛନ୍ତି। ଏହି କ୍ରମରେ ଦୈନିକ ପାଖାପାଖି ୯୦ରୁ ୧୦୦ ଟନ ଫଳ ବିକ୍ରି ହେଉଥିବା ଜଣାପଡିଛି। ଅନ୍ଯପଟେ ଏହାକୁ ନେଇ ବ୍ଯବସାୟୀ ଖୁସି ପ୍ରକଟ କରିଥିବା ବେଳେ ବ୍ଯବସାୟୀଙ୍କୁ ନେଇ ଆଶଙ୍କାରୁ ରହିଛନ୍ତି । କାରଣ ସହରରେ ରାସ୍ତା କଡରେ ଦୋକାନ ସଂଖ୍ୟା ଅଧିକ ହୋଇଯିବାରୁ ଲୋକମାନେ ଆମକୁ ଆସି ଫଳ କିଣିବେ କି ନାହିଁ ଦ୍ବନ୍ଦରେ ରହିଛନ୍ତି ବ୍ଯବସାୟୀ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.