ETV Bharat / city

ସାଇକେଲ ଚାଳକଙ୍କୁ ଧକ୍କା ଦେଲା ମୋ ବସ, ଘଟଣା ସ୍ଥଳରେ ଉତ୍ତେଜନା - ସାଇକେଲ ଚାଳକଙ୍କୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱରରୁ କଟକ ଯାଉଥିବା 'ମୋ ବସ' ଯାତାୟତ ବାଧାପ୍ରାପ୍ତ । ତ୍ରିଶୁଳିଆ ଦେଇ ଯାତାୟତ କରୁଥିବା ସମସ୍ତ ରୁଟର ବସକୁ ନନ୍ଦନକାନନ ରଘୁନାଥପୁର ଠାରେ ଅଟକି ରହିଛି । ଅଧିକ ପଢନ୍ତୁ

Etv Bharatସାଇକେଲ ଚାଳକଙ୍କୁ ଧକ୍କା ଦେଲା 'ମୋ ବସ', ଘଟଣା ସ୍ଥଳରେ ଉତ୍ତେଜନା

author img

By

Published : Aug 5, 2022, 10:51 AM IST

ଭୁବନେଶ୍ବର: ସାଇକେଲ ଚାଳକଙ୍କୁ ଧକ୍କା ଦେଲା 'ମୋ ବସ' । ବସକୁ ଅଟକାଇ ଚଳାଚଳ ବନ୍ଦ କଲେ ସ୍ଥାନୀୟ ଲୋକେ । ଫଳରେ ଭୁବନେଶ୍ୱରରୁ କଟକ ଯାଉଥିବା 'ମୋ ବସ' ସେବା ବାଧାପ୍ରାପ୍ତ ହୋଇଛି । ତ୍ରିଶୁଳିଆ ଦେଇ ଯାତାୟତ କରୁଥିବା ସମସ୍ତ ରୁଟର ବସକୁ ନନ୍ଦନକାନନ ରଘୁନାଥପୁର ଠାରେ ଅଟକି ରହିଛି ।

ସାଇକେଲ ଚାଳକଙ୍କୁ ଧକ୍କା ଦେଲା 'ମୋ ବସ', ଘଟଣା ସ୍ଥଳରେ ଉତ୍ତେଜନା

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ କଟକ ଅଭିମୁଖେ 'ମୋ ବସ' ଯାଉଥିବା ବେଳେ ରଘୁନାଥ ପୁରରେ ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍ଥାନୀୟ ଲୋକେ ବସଟିକୁ ଅଟକାଇ ଥିଲେ । ଏହାପରେ ସେହି ରୁଟରେ ଯାଉଥିବା ସମସ୍ତ 'ମୋ ବସ'କୁ ନନ୍ଦନକାନନ ନିକଟରେ ଅଟକାଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ମୋ ବସ କର୍ତ୍ତୃପକ୍ଷ ଆଲୋଚନା କରନ୍ତୁ ବୋଲି ଅଡି ବସିଛନ୍ତି ରଘୁନାଥପୁର ସ୍ଥାନୀୟ ଲୋକେ । ତେବେ କେବଳ 'ମୋ ବସ' ସେବାକୁ ଛାଡି ବାକି ସମସ୍ତ ବସ ଯାତାୟତ ଜାରି ରହିଛି । ଏପର୍ଯ୍ୟନ୍ତ ବସ ଚଲାଚଳ ସ୍ବାଭାବିକ ହୋଇଛି ନା ନାହିଁ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.