ଭୁବନେଶ୍ବର: ରାଜଧାନୀରେ ଉଠା ଦୋକାନୀଙ୍କ ପେଟକୁ ବିଏମସିର ଲାତ । ଗତ ବହୁ ବର୍ଷ ଧରି ଉଠା ଦୋକାନୀମାନେ ଛୋଟ ମୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି । ହେଲେ ବିଏମସି ପକ୍ଷରୁ କୌଣସି ସୂଚନା ନ ଦିଆଯାଇ ହଠାତ ଉଠା ଦୋକାନୀକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ ଦାବି କରି ଶତାଧିକ ଉଠା ଦୋକାନୀ ଭୁବନେଶ୍ବର ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।
ସେମାନଙ୍କ ଦାବି ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ପ୍ରଥମେ ଥଇଥାନ କରାଯାଉ, ସ୍ଥାୟୀ ଗୃହ ଯୋଗାଇ ଦିଆଯାଉ । ଏହାପରେ ଦୋକାନ ଭାଙ୍ଗିବା ନିଷ୍ପତ୍ତି ନିଆଯାଉ । ତେବେ ତୁରନ୍ତ ଟାଉନ ଭେଣ୍ଡିଙ୍ଗ କମିଟି ଡାକି ଦୋକାନ ଗୃହ ବଣ୍ଟନ କରାଯିବାକୁ କମିଶନରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ଉଠା ଦୋକାନୀ ମହାସଙ୍ଘ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ