ETV Bharat / city

ବସ୍ତିରୁ ନାଇରୋବି ଯାତ୍ରା; ଦିପାଞ୍ଜଳୀଙ୍କ ପାଇଁ ଗର୍ବିତ ଭୁବନେଶ୍ବର - ଆଇସିପିଡ଼ିରେ ଭାଗ ନେଲେ ଦୀପାଞ୍ଜଳି

ନାଇରୋବିରେ ଆୟୋଜିତ 25ତମ ଅନ୍ତର୍ରାଷ୍ଟ୍ରୀୟ ଜନସଂଖ୍ୟା ଓ ବିକାଶ ସମ୍ମିଳନୀରେ ଅଶଂଗ୍ରହଣ କରିଛନ୍ତି ସ୍ମାର୍ଟ ସିଟି ଝିଅ ଦୀପାଞ୍ଜଳି ସ୍ବାଇଁ । ଅଧିକ ପଢନ୍ତୁ...

ନାଇରୋବିରେ ବସ୍ତି ଝିଅର କମାଲ, ଆଇସିପିଡ଼ିରେ ଭାଗ ନେଲେ ଦୀପାଞ୍ଜଳି
author img

By

Published : Nov 14, 2019, 3:46 PM IST

ଭୁବନେଶ୍ବର: ସ୍ମାର୍ଟ ସିଟିରୁ ନାଇରୋବି ଯାତ୍ରା କଲେ ପିଅର ଲିଡର ଦୀପାଞ୍ଜଳି ସ୍ବାଇଁ । ନାଇରୋବିରେ ଆୟୋଜିତ 25ତମ ଅନ୍ତର୍ରାଷ୍ଟ୍ରୀୟ ଜନସଂଖ୍ୟା ଓ ବିକାଶ ସମ୍ମିଳନୀରେ ଭୁବନେଶ୍ବରକୁ ପ୍ରତିନିଧିତ୍ବ କରିଛନ୍ତି ସେ । ବସ୍ତିରେ କାମ କରି ସଫଳତା ସାଉଁଟିଥିବା ଦିପାଞ୍ଜଳୀ ଅନ୍ତର୍ରାଷ୍ଟ୍ରୀୟ ଜନସଂଖ୍ୟା ଓ ବିକାଶ ସମ୍ମିଳନୀରେ ଅଶଂଗ୍ରହଣ କରି ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛନ୍ତି ।

peerleader in nairobi
ନାଇରୋବିରେ ବସ୍ତି ଝିଅର କମାଲ, ଆଇସିପିଡ଼ିରେ ଭାଗ ନେଲେ ଦୀପାଞ୍ଜଳି

ଏହି ସମ୍ମିଳନୀରେ ସେ ବସ୍ତି ବାସିନ୍ଦାଙ୍କ ସମସ୍ୟା, ସମାଧାନ ଏବଂ ଉନ୍ନତି ବିଶେଷକରି ଝିଅ ମାନଙ୍କର ପ୍ରଜନନ ସ୍ବାସ୍ଥ୍ୟ ପ୍ରସଙ୍ଗ ଜନିତ ସମସ୍ୟାକୁ ଉତଥାପନ କରିଥିଲେ । ତେବେ ଭୁବନେଶ୍ବର ସ୍ଥିତ ପ୍ରେସ କଲୋନୀର ଶାନ୍ତି ନଗର ବସ୍ତିରେ ରୁହନ୍ତି ଦୀପାଞ୍ଜଳି । ନିଜେ ସ୍ମାର୍ଟ ହେବା ସହ ଅନ୍ୟ ମାନଙ୍କୁ ସ୍ମାର୍ଟ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି । ସେ ବସ୍ତିବାସିନ୍ଦାକୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦେଇଛନ୍ତି । ନିଜର ପରିଶ୍ରମ ପାଇଁ ସେ ଆଜି ଅନ୍ତର୍ରାଷ୍ଟ୍ରୀୟ ଜନସଂଖ୍ୟା ଓ ବିକାଶ ସମ୍ମିଳନୀରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଶାନ୍ତି ନଗର ବସ୍ତିରେ ରହୁଥିବା ଦୀପା ସେଞ୍ଚୁରିଅନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ଅପରେସନ ଥିଏଟର, ପାରା ମେଡିକାଲ ଟେକ୍ନିସିଆନ କୋର୍ସରେ ଅଧ୍ୟୟନ କରୁଛନ୍ତି । ତାଙ୍କ ବାପା ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଆଇସିପିଡ଼ି ପ୍ରଥମକରି ୧୯୯୪ ମସିହାରେ କାଇରୋ ଠାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଏହି ସମ୍ମିଳନୀ ନାଇରୋବିରେ ଅନୁଷ୍ଠିତ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟିର ବସ୍ତିରୁ ନାଇରୋବି ଯାତ୍ରା।

Body:ସ୍ମାର୍ଟସିଟିର ଅଖ୍ୟାତ ପଲ୍ଲୀରୁ ନାଇରୋବି ଯାତ୍ରା କଲେ ପିଅର ଲିଡର ଦୀପାଞ୍ଜଳୀ।ବସ୍ତିରେ କାମ କରି ପାଇଛନ୍ତି ଏକ ସ୍ୱତନ୍ତ୍ର ପରିଚୟ।ଏମିତି ଏକ ସଫଳତା କୁ ସାଉଁଟିଛନ୍ତି ରାଜଧାନୀର ବସ୍ତି ଝିଅ ଦୀପାଞ୍ଜଳୀ।ବସ୍ତି ବାସିନ୍ଦାଙ୍କ ସମସ୍ୟା,ସମାଧାନ ଏବଂ ଉନ୍ନତି ବିଶେଷକରି ଝିଅ ମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ପ୍ରସଙ୍ଗ ଜନିତ ସମସ୍ୟାକୁ ଉପସ୍ଥାପନ କରିଛନ୍ତି, ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଆଇସିପିଡ଼ି୨୫ ନାଇରୋବିରେ।ସେ ନାଇରୋବିରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ପ୍ରତିନିଧିତ୍ଵ କରିଛନ୍ତି। ଦୀପାଞ୍ଜଳି ସ୍ୱାଇଁ ,ବୟସ ୧୯ ,ଘର ଭୁବନେଶ୍ୱର ପ୍ରେସ କଲୋନୀ ଶାନ୍ତିନଗର ବସ୍ତି।ଭୁବନେଶ୍ୱର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ରେ ଅପରେସନ ଥିଏଟର,ପାରା ମେଡିକାଲ ଟେକ୍ନିସିଆନ କୋର୍ସରେ ଅଧ୍ୟୟନରତ।ବାପା ପ୍ରେସରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ।ମା ଘର ସମ୍ଭାଳନ୍ତି।ବାପମାଙ୍କର ୫ ଟି ଝିଅ ଏବଂ ଗୋଟିଏ ପୁଅ ମଧ୍ୟରୁ ଦୀପାଞ୍ଜଳି ହେଉଛନ୍ତି ବଡ ମଝିଆଁ ଝିଅ। ନିଜ ଗୋଷ୍ଟିକୁ ମୂଖ୍ୟ ସ୍ରୋତରେ ଆଣିବାକୁ ନେତୃତ୍ୱ ନେଇଥିବା ପ୍ରଗତି ସାଥି ଦୀପାଞ୍ଜଳି ନିଜର ସାଥି ମାନଙ୍କୁ ସାମାଜିକ ସ୍ତରରେ ସ୍ମାର୍ଟ କରେଇବା ପାଇଁ ଅଣ୍ଟା ଭିଡିଛନ୍ତି।ନିଜେ ନିଜର ଜ୍ଞାନ କୌଶଳକୁ ହଟେଇବା ପାଇଁ ବିବିଧ ବୈଷୟିକ ତାଲିମ ପାଇ ନିଜକୁ ଜଣେ ମାଷ୍ଟର ଟ୍ରେନର ଭାବେ ପ୍ରତିପାଦିତ କରିପାରିଛନ୍ତି।ଯେଉଁ ସଫଳତା ଆଜି ତାଙ୍କୁ ଭୁବନେଶ୍ୱରର ବସ୍ତିରୁ ନାଇରୋବି ଅନ୍ତର୍ରାଷ୍ଟ୍ରୀୟ ଜନସଂଖ୍ୟା ଓ ବିକାଶ ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ସକ୍ଷମ କରାଇଛି।ଯାହା ଭୁବନେଶ୍ୱର ତଥା ରଣ୍ୟ ପାଇଁ ଗର୍ବ ଏବଂ ଗୌରବ ର ବିଷୟ। ସୂଚନାଯୋଗ୍ୟ କି ଆଇସିପିଡ଼ି ପ୍ରଥମକରି ୧୯୯୪ ମସିହାରେ କାଇରୋ ଥରେ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ଏହାର ୨୫ ତମ ସମ୍ମିଳନୀ ନାଇରୋବିରେ ନଭେମ୍ବର ୧୨ ତାରିଖରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.