ETV Bharat / city

ରାଜଧାନୀ ରାଜରାସ୍ତାରଜୁ ହଟିବେ ଗାଇଗୋରୁ, ନୂଆ ପଲିସି ଆଣୁଛି ପ୍ରଶାସନ

ଦିନ ହେଉ କି ରାତି । ସବୁ ସମୟରେ ରାସ୍ତାରେ ଶୋଇ ରହୁଛନ୍ତି ଶହଶହ ଗାଈ ଗୋରୁ । ନା ଅଛି ସେମାନଙ୍କର କେହି ମାଲିକ ନା ସେମାନଙ୍କ ପ୍ରତି ଅଛି ପ୍ରଶାସନର ନିଘା ।

author img

By

Published : Oct 1, 2019, 5:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦିନ ହେଉ କି ରାତି । ସବୁ ସମୟରେ ରାସ୍ତାରେ ଶୋଇ ରହୁଛନ୍ତି ଶହଶହ ଗାଈ ଗୋରୁ । ନା ଅଛି ସେମାନଙ୍କର କେହି ମାଲିକ ନା ସେମାନଙ୍କ ପ୍ରତି ଅଛି ପ୍ରଶାସନର ନିଘା । ସବୁ ସମୟରେ ରାସ୍ତାରେ ଗାଈଗୋରୁ ଶୋଇ ରହୁଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିନ କଥା ଛାଡନ୍ତୁ, ରାତି ହେଲେ ପରିସ୍ଥିତି ହୋଇଯାଉଛି ଅଧିକ ଅସମ୍ଭାଳ । ଏସବୁକୁ ଦେଖି ଲାଗେ ସତେ ଯେମିତି ରାଜଧାନୀର ରାସ୍ତା ପାଲଟିଛି ଗାଈ ଗୁହାଳ । ତେବେ ଏ ଦୃଶ୍ୟ ହେଉଛି ଜୟଦେବ ବିହାରଠାରୁ ନନ୍ଦନକାନନ ମୁଖ୍ୟ ରାସ୍ତାର । ଯେଉଁଠାରେ ଦିନରାତି ବୁଲୁଛନ୍ତି ପ୍ରାୟ 50ରୁ ଉର୍ଦ୍ଧ୍ବ ଗାଈ ।

ତେବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ରାଜଧାନୀ ରାସ୍ତା ପାଇଁ ବିଏମସି ଡେପୁଟି କମିଶନରଙ୍କ ସହ ଯୋଗାଯୋଗ କରାଯାଇଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ଏନେଇ ‘ଷ୍ଟ୍ରେ ଆନିମଲ୍ସ ପଲିସି’ ନାମକ ଏକ ଯୋଜନାର ପରିକଳ୍ପନା କରାଯାଇଛି । ଏହି ପଲିସି ଆଧାରରେ ରାସ୍ତାରେ ଶୋଇ ରହୁଥିବା ପଶୁମାନଙ୍କୁ ଥଇଥାନ କରାଯାଇପାରିବ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Intro:
ରାଜଧାନୀ ରାଜରାସ୍ତାରେ ଗାଈ ମାଳ ମାଳ। ରାସ୍ତା ପାଲଟିଛି ଗାଈ ଗୁହାଳ।

ରାଜଧାନୀରେ ରାସ୍ତା ସାରା ଗାଈ ମାଳ ମାଳ। ରାସ୍ତା ପାଲଟିଛି ଯେପରି ଗାଈ ମାନଙ୍କ ଗୁହାଳ। ସନ୍ଧ୍ୟା ହେଲେ ବଢ଼ିବାରେ ଲାଗୁଛି ଗାଈ ମାନଙ୍କର ସଂଖ୍ୟା। ଦୁର୍ଘଟଣାର ସିକାର ହୋଇପାରନ୍ତି ଗାଡି ଚାଳକ। ଟିକେ ରାସ୍ତା ଉପରୁ ନଜର ହଟିଲେ ଦୁର୍ଘଟଣାର ସିକାର ହେଉଛନ୍ତି ଗାଡି ଚାଳକ।

Body:
ଦିନ ରାତି ରାସ୍ତା ଉପରେ ଶୋଇ ରହୁଛନ୍ତି, କିନ୍ତୁ ପ୍ରଶାସନର ନଜର ପଡୁନି। ଦିନ ସମୟରେ ତା ରାସ୍ତା ଉପରେ ଗାଈ ଗୋରୁ ସୋଇ ରହୁଛନ୍ତି। କିନ୍ତୁ ରାତି ହେଲେ ରାସ୍ତାର ଅନ୍ଧାର ସ୍ଥାନରେ ସୋଇ ରହୁଛନ୍ତି ଯେପରି ଦେଖାଯିବ ନାହିଁ। ଏହା କେଉଁଇଁ ଗଳିକନ୍ଦିରେ ରାସ୍ତା ନୁହେଁଇଁ , ବରଂ ରାଜଧାନୀର ଜୟଦେବ ବିହାର ଠାରୁ ନନ୍ଦନକାନନର ମୁଖ୍ୟ ରାସ୍ତା। ଏଠି ତ ୫୦ ରୁ ଉର୍ଧ ଗାଈ ଗୋରୁ ରାସ୍ତାରେ ବୁଲୁଛନ୍ତି , ସେମିତି ସୋଇ ରହୁଛନ୍ତି। ନା ଅଛି ସେମାଙ୍କ ମାଲିକ ନା ବିଏମସି ର କର୍ତ୍ତୃପକ୍ଷ। ଏହା ପ୍ରତି ବିଏମସି ଦୃଷ୍ଟି ଦେଉନାହିଁ କି ଗାଈ ଗୋରୁ ଙ୍କ ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
ବିପଦ ସଂକୁଳ ଅବସ୍ଥାରେ ସୋଇରହୁଛନ୍ତି ଯାହା ଫଳରେ କି ଗାଡି ଚାଳକ ମନେ ବିଭିନ୍ନ ସମୟରେ ଦୃଘଟଣାଦ ସିକାର ହେଉଛନ୍ତି। ଏହା ଦ୍ୱାରା ମଧ୍ୟ ରାସ୍ତା ବିଭିନ୍ନ ସମୟରେ ଜାମ ରହୁଛି। ଯାହା ଦ୍ୱାରା ସ୍ଥାନୀୟ ଲୋକ ମାନେ କି ବିଏମସି କର୍ମଚାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଗାଈ ଗୋରୁ ମଳିକମନେ ଘରେ ନରଖି ମନ ଇଛା ଛାଡି ଦେଉଛନ୍ତି। ଯାହା ଫଳରେ ଗାଈ ଗୋରୁ ମନେ ରାସ୍ତା ଉପରେ ବିପଦ ସଂକୁଳ ଅବସ୍ଥାରେ ପଡିରହୁଛନ୍ତି। ଏମିତି ବି ରାଜଧାନୀର ବିଭିନ୍ନ ସ୍ଥାନରେ ଗାଈ ଗୋରୁ ରାସ୍ତାରେ ସୋଇରହିଥିବାର ଦେଖାଯାଏ।

Byte_ ଶ୍ୟାମ ସୁନ୍ଦର ସେଠୀ, ଡେ଼ପୁଟି କମିଶନର ବିଏମସି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.