ଭୁବନେଶ୍ବର: ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଭୋଟ ଦେଉଛନ୍ତି ରାଜଧାନୀବାସିନ୍ଦା । ଭୋଟର କିପରି ଶାନ୍ତି ଶୃଙ୍ଖଳାରେ ମତଦାନ କରିବେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବରବାସୀଙ୍କ ପାଇଁ ମୋଟ୍ 18ଟି ମଡେଲ ବୁଥ୍ ପ୍ରସ୍ତୁତ କରାଯାଇଛି ।
ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ସ୍କୁଲରେ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଛି ମତଦାନ। ମଡେଲ ବୁଥରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଯେମିତି ଭୋଟର ମାନେ ଯେପରି କୌଣସି ଅସୁବିଧାରେ ସମ୍ମୁଖିନ ନ ହୁଅନ୍ତି ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିସହ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହୁଇଲ୍ ଚେୟାରର ମଧ୍ୟ ବ୍ୟବସ୍ଥା କରାଯାଇଛି । ।
ଏହା ବ୍ୟତୀତ ପାନୀୟ ଜଳ ବ୍ୟବସ୍ଥା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ଡିଏଭି ସ୍କୁଲରେ ୬ ଟି ଭୋଟ କେନ୍ଦ୍ର ରହିଥିବା ବେଳେ ଗୋଟେ ବୁଥରେ ପ୍ରାୟ 1200ରୁ ଊର୍ଦ୍ଧ୍ବ ଭୋଟର ମତଦାନ କରିବେ ବୋଲି ବୁଥ୍ ପରିଚାଳନା ଅଧିକାରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ