ETV Bharat / city

ନୂଆ କମିଶନରଙ୍କ ନୂଆ ଦାୟିତ୍ବ, ଇଣ୍ଟେଲିଜେନ୍ସି ପୋଲିସିଂକୁ ଗୁରୁତ୍ବ - ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ବର-କଟକର ନୂତନ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ଡ. ସୁଧାଂଶୁ ଷଡ଼ଙ୍ଗୀ । ଦାୟିତ୍ବ ନେବା ପରେ ଇଣ୍ଟେଲିଜେନ୍ସି ପୋଲିସଂ ଉପରେ ଗୁରୁତ୍ବ ଦେଇଛନ୍ତି କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 21, 2019, 1:42 PM IST

ଭୁବନେଶ୍ବର: ଦାୟିତ୍ବ ନେଇଛନ୍ତି ଦୈତନଗରର ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ । ସେ 1990 ବ୍ୟାଚର ଆଇପିଏସ ଅଫିସର । ବିଜୟ କୁମାର ଶର୍ମା ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପୋଲିସ ବିଭାଗରେ ନିଜର ଏକ ନୂଆ ଟିମ ଗଠନ କରିଛନ୍ତି । ଭୁବନେଶ୍ବର-କଟକ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଡ. ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ବର-କଟକର ନୂତନ ପୋଲିସ କମିଶନର

କମିଶନରେଟ ମୁଖ୍ୟାଳୟରେ ପୂର୍ବତନ କମିଶନର ସତ୍ୟଜିତ ମହାନ୍ତି ତାଙ୍କ 7ମ କମିଶନର ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ସେପଟେ ଆଇପିଏସ୍ ଓ ଓପିଏସ ସ୍ତରରେ 39ଜଣ ବରିଷ୍ଠ ପୋଲିସ ଅଫିସରଙ୍କ ବଦଳି ହୋଇଛି । ବୁଧବାର ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନୂତନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ବରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦାୟିତ୍ବ ନେବା ପରେ କମିଶନରଙ୍କ ରହିଛି ଇଣ୍ଟେଲିଜେନ୍ସି ପୋଲିସଂ ଉପରେ ଗୁରୁତ୍ବ । କାରଣ ଅପରାଧ କେଉଁଠି କିଏ କିପରି ଘଟାଉଛି, ଆଇନଶୃଙ୍ଖଳା ପରିସ୍ଥିତି କିପରି କେଉଁଠି ଉପୁଜୁଛି ସେ ସମ୍ପର୍କରେ ଜାଣିବା ହେବ କମିଶନରେଟ ପୋଲିସ ପାଇଁ ବଡ ଗୁରୁତ୍ବ।

ଅପରାଧ, ତଦନ୍ତ, ନିୟନ୍ତ୍ରଣକୁ ଗୁରୁତ୍ବ ଦେଇ ସହରବାସୀଙ୍କୁ ସୁରକ୍ଷା ଯୋଗାଇବା ହେବ ବଡ ଆହ୍ବାନ। ସେହିପରି ଟେକ୍ନୋଲୋଜି ଅଗ୍ରତି ମାଧ୍ୟମରେ ତାହାର ସୁଫଳ କେବଳ ପୋଲିସିଂ ନୁହେଁ ତାହାର ସୁଫଳ ଲୋକ ମଧ୍ୟ ପାଇପାରିବେ । ଆଉ ଏଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଗୁଇନ୍ଦା ତଥ୍ୟ ବା ଇଣ୍ଟେଲିଜେନ୍ସ ଲେଡ ପୋଲିସଂ, ଟ୍ରାଫିକ ନିୟନ୍ତ୍ରଣ, ରାଜ୍ୟ ସରକାରଙ୍କ ‘ଫାଇବ ଟି’ ଉପରେ ଗୁରୁତ୍ବ ଦେଇ କାମ କରିବେ। ସମସ୍ୟା ସମ୍ବଳ ସ୍ଥିତି ସମ୍ପର୍କରେ ଆଲୋଚନା କରି ପରିସ୍ଥିତି ସମୀକ୍ଷା ପରେ କାର୍ଯାନୁଷ୍ଠାନ ନେବାକୁ ଚେଷ୍ଟା କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଟ୍ବିନ ସିଟିର ନୂତନ ପୋଲିସ କମିଶନରେଟ କହିଛନ୍ତି ।

ସେହିପରି ଜନସାଧାରଣଙ୍କୁ ଏହି ପୋଲିସ ଟେକ୍ନୋଲୋଜି ଦ୍ବାରା ସେବା ଯୋଗାଇ ଦିଆଯିବ । ଅପରାଧିକ ମାମଲାରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବ । ଏହାସହ ଅପରାଧିକ ମାମଲାରେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ତେଣୁ ଓଡିଶା ପୋଲିସ ଟେକ୍ନୋଲୋଜି ଜରିଆରେ ଅପରାଧୀକ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରାଯିବ। ଡ. ସୁଧାଂଶୁଙ୍କ କହିବା କଥା ହେଲା ଟ୍ବିନସିଟି ଅପେକ୍ଷା ପଶ୍ଚିମ ଓଡିଶା ପୋଲିସ ଟେକ୍ନୋଲୋଜିରେ ଆଗୁଆ । ତେଣୁ ଜନସାଧାରଣଙ୍କୁ ଏ ଦିଗରେ ଖୁବଶୀଘ୍ର ଅବଗତ କରାଇବ ଟ୍ବିନସିଟି କମିଶନରେଟ ପୋଲିସ । ପରିଶ୍ରମ କରିବି, ନମ୍ରତାର ସହ ସହଯୋଗ କରି ସୁନ୍ଦର କଟକ ଭୁବନେଶ୍ବର ଗଢିବାକୁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ନୂତନ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନୁତନ ପୋଲିସ କମିସନର ନୁଆ ଦାୟିତ୍ବ,
ଇଣ୍ଟେଲିଜେନସ ପୋଲିସିଂକୁ ଗୁରୁତ୍ବBody:

ଦାୟିତ୍ବ ନେଇଛନ୍ତି ଦୈତନଗରର ନୁତନ ପୋଲିସ କମିସନର । ୧୯୯୦ ବ୍ଯାଚର ଓଡିଶା କ୍ଯାଡର ଆପିଏସ ଅଫିସର ଡକ୍ଟର ସୁଧାଂଶୁ ସରଙ୍ଗି ନେଇଛନ୍ତି ନୁଆ ଦାୟିତ୍ବ। କମିସନରେଟ ପୋଲିସ ମୁଖ୍ଯାଳୟରେ ପୁର୍ବତନ କମିସନର ସତ୍ଯଜିତ ମହାନ୍ତି ୭ମ କମିସନର ଦାୟିତ୍ବ ହସ୍ତାନ୍ତର କରିଛନ୍ତି।ତେବେ ଦାୟିତ୍ବ ନେବା ପରେ କମିସନରଙ୍କ ରହିଛି ଇଣ୍ଟିଲିଜେନସ ପୋଲିସଂ ଉପରେ ଗୁରୁତ୍ବ।କାରଣ ଅପରାଧ କେଉଁଠି କିଏ କିପରି ଘଟାଉଛି। ଆଇନଶୃଙ୍ଖଳା ପରିସ୍ଥିତି କିପରି କେଉଁଠି ଉପୁଜୁଛି ତାହା ସମ୍ପର୍କରେ ଜାଣିବା ହେବ କମିସନରେଟ ପୋଲିସ ପାଇଁ ବଡ ଗୁରୁତ୍ବ। ଅପରାଧ,ତଦନ୍ତ,ନିୟନ୍ତ୍ରଣକୁ ଗୁରୁତ୍ବଦେଇ ସହର ବାସିଙ୍କୁ ସୁରକ୍ଷା ଯୋଗାଇବା ହେବ ବଡ ଆହ୍ବାନ।ଟେକନ୍ଲୋଜି ଅଗ୍ରତି ମାଧ୍ଯମରେ ତାହାର ସୁଫଳ କେବଳ ପୋଲିସିଂ ନୁହେଁ ତାହାର ସୁଫଳ ଲୋକ ପାଇପାରିବେ ସେ ନେଇ ବିଶେଷ ଧ୍ଯାନ ଦେବେ ବୋଲି କହିଛନ୍ତି।ତତସହିତ ସାଧାରଣ ଲୋକ ପୋଲିସ ସଂଶ୍ପରେ ଆସୁଛନ୍ତି ଯେପରି ଅନୁଭୁତି ଭଲ ହେବ ସେ ଦିଗରେ ଧ୍ଯାନ ଦେବେ ବୋଲି କହିଛନ୍ତି। କାରଣ ଥାନା,ଫାଣ୍ଡି ,କାର୍ଯାଳୟ ରେ ଜନସାଧାରଣ ସହ ଭଲ ବ୍ଯବହାର କରିବା ଓ ଉତମ ବୁଝାମଣାରେ ସମସ୍ଯାର ସମାଧାନ ହେବ ବଡ ଆହ୍ବାନ।ଗୁଇନ୍ଦା ତଥ୍ଯ ବା ଇଣ୍ଟେଲିଜେନସ ଲେଡ ପୋଲିସଂ,ଟ୍ରାଫିକ ନିୟନ୍ତ୍ରଣ,ରାଜ୍ଯ ସରକାରଙ୍କ ୫ଟି ଉପରେ ଗୁରୁତ୍ବ ଦେଇ କାମ କରିବେ।ସମସ୍ଯା ସମ୍ବଳ ସ୍ଥିତି ସମ୍ପର୍କରେ ଆଲୋଚନା କରି ପରିସ୍ଥିତି ସମିକ୍ଷା ପରେ କାର୍ଯାନୁଷ୍ଠାନ ନେବାକୁ ଚେଷ୍ଟା କରିବେ ବୋଲି ସାମ୍ବାଦିକ ସମ୍ମିଳନିରେ କହିଛନ୍ତି।
ପରିଶ୍ରମ କରିବି ,ନମ୍ରତାର ସହ ସହଯୋଗ କରି ସୁନ୍ଦର କଟକ ଭୁବନେଶ୍ବର ଗଢି ତୋଳିବା ଯେପରି ବାହାରୁ ଯିଏ ଆସିବ ସିଏ ଯେପରି ପ୍ରଂଶସା କରିବ ସେପରି ଉଦ୍ଯମ କରିବି ବୋଲି କହିଛନ୍ତି।

Conclusion:ବାଇଟ-ସୁଧାଶୁଂ ସରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.