ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା ବିଏମସି। ଦୀର୍ଘ 2 ମାସ ବ୍ୟବଧାନ ପରେ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିଲା ବିଏମସି।
ଅନଲକ-4 ରେ ହଟିଛି କୋରୋନା କଟକଣା, ସ୍ବାଭାବିକ ହେଉଛି ଜୀବନ ଯାତ୍ରା। ତେଣୁ ଭୁବନେଶ୍ବରରେ ଜନସାଧାରଣଙ୍କ ପାଇଁ ଖୋଲିଛି ବିଏମସି। ତେବେ ବିଏମସି ଅଞ୍ଚଳରେ କୋରୋନା ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଉଛି। ତେଣୁ କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ ଅତି ଆବଶ୍ୟକ ନଥିଲେ ବିଏସିକୁ ନଆସିବା ପାଇଁ ବିଏସି ପକ୍ଷରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଏହାସହ ଜରୁରୀ ନଥିଲେ ଘରେ ରହି ନିଜ ନିଜର ଅଭିଯୋଗ ବିଏମସିକୁ ଅନଲାଇନରେ ଆବେଦନ କରିବାକୁ ମଧ୍ୟ ବିଏମସି ପକ୍ଷରୁ କୁହାଯାଇଛି । ଜୁନ 30 ତାରିଖରୁ ସେପ୍ଟେମ୍ବର 1 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିଲା ବିଏମସି। ଶୁକ୍ରବାର ଖୋଲିବା ପରେ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ