ETV Bharat / city

‘ଏନଏମଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ଓଡିଶା ସରକାର’

author img

By

Published : Feb 15, 2021, 5:58 PM IST

Updated : Feb 15, 2021, 7:28 PM IST

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ । ଏକାମ୍ର କ୍ଷେତ୍ରରେ ଜାତୀୟ ପ୍ରାଧୀକରଣ ସ୍ମାରକୀ (ଏନଏମଏ)ର ବାଇ ଲ କୁ ନେଇ ମତ ରଖିଛନ୍ତି । ଏହାକୁ ନେଇ ବିଜେପି ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ଟାର୍ଗେଟ କରିଥିଲା ବିଜୁ ଜନତା ଦଳ । ଏ ନେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

MP Aparajita sarangi pressmeet
ଏନଏମଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ଓଡିଶା ସରକାର

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମ୍ବାଦିକ ସମ୍ମୀଳନୀ । ଏକାମ୍ର କ୍ଷେତ୍ରରେ ଜାତୀୟ ପ୍ରାଧୀକରଣ ସ୍ମାରକୀ (ଏନଏମଏ)ର ବାଇ ଲ କୁ ନେଇ ମତ ରଖିଛନ୍ତି । ଐତିହ୍ୟର ସୁରକ୍ଷା ପାଇଁ ବାଇ ଲ ଓ ଏହା ଲୋକଙ୍କ ସୁବିଧା ପାଇଁ ସମସ୍ତ ସୁବିଧା ସୁଯୋଗ ପାଇଁ କରାଯାଉଛି । ପୁରୀରେ ଶ୍ରୀମନ୍ଦିରରେ ଜାତୀୟ ପ୍ରାଧୀକରଣ ସ୍ମାରକୀର ବାଇ ଲ ନିୟମ ପ୍ରତ୍ୟାହାର ପରେ ଏକାମ୍ର କ୍ଷେତ୍ରରେ ମଧ୍ୟ ଏହି ବାଇ ଲ କୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏହାକୁ ନେଇ ବିଜେପି ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ଟାର୍ଗେଟ କରିଥିଲା ବିଜୁ ଜନତା ଦଳ । ଏ ନେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହା ଦେଶର ସଂସ୍କୃତି ବିଭାଗ ଦ୍ବାର କରାଯାଇଛି ବୋଲି କହିଛନ୍ତି । କେନ୍ଦ୍ର ସରକାର ଯେତେବେଳେ ଐତିହ୍ୟ ସ୍ଥଳର ବାଇ ଲ ପ୍ରସ୍ତୁତ କରିଛନ୍ତି ସମସ୍ତ ପ୍ରକାରର ବିଷୟକୁ ଧ୍ୟାନ ଦେଇଛନ୍ତି । ସେପଟେ କିନ୍ତୁ ପୁରୀରେ ବାଇ ଲ ପ୍ରତ୍ୟାହାର ନେଇ ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସହ ଦଳୀୟ ସାଂସଦ ମାନେ କେନ୍ଦ୍ର ସଂସ୍କୃୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ । ଏହା ପରେ ପୁରୀରେ ବାଇ ଲ ପ୍ରତ୍ୟାହାର କରାଯାଇଥିଲେ । ଓଡ଼ିଶାର ପୁରାତନ ଐତିହ୍ୟ ଏବଂ କୀର୍ତ୍ତିରାଜି By-Laws ବିବାଦର ତଥ୍ୟ ସହ ବାଇ-ଲ ନେଇ ସବିଶେଷ ତଥ୍ୟ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଏହା ସହ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି 5 ଟି ପ୍ରଶ୍ନ ।

‘ଏନଏମଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ଓଡିଶା ସରକାର’

1) ସମଗ୍ର ଭାରତବର୍ଷରେ 3693 ଟି ପୁରାତନ ଐତିହ୍ୟ ସ୍ଥଳି ASI ଦ୍ଵାରା (Archeological Survey of India) ପ୍ରତ୍ନତତ୍ତ୍ଵ ବିଭାଗ ଅନ୍ତର୍ଗତ ସଂରକ୍ଷିତ ଅଟେ । ଯାହା ମଧ୍ୟରୁ 80ଟି ଆମ ରାଜ୍ୟ ଓଡ଼ିଶାରେ ଅବସ୍ଥାପିତ ।

2) ଏହି ପୁରାତନ ଐତିହ୍ୟ ଗୁଡ଼ିକ "The Ancient Monuments and Archaeological Sites and Remains Act, 1958" ଅନ୍ତର୍ଗତ ସଂରକ୍ଷିତ । ଏହି ନିୟମ 2010 ରେ ମଧ୍ୟ ସଂଶୋଧନ ହୋଇଅଛି ।

3) The Ancient Monuments and Archaeological Sites and Remains (Framing of Heritage By-laws and others functions of the Competent Authority) Rules 2011 ଅନ୍ତର୍ଗତ ପୁରାତନ ଐତିହ୍ୟ ଗୁଡ଼ିକର ସଂରକ୍ଷଣ ପଦ୍ଧତି ବିଷୟରେ ମାର୍ଗଦର୍ଶନ କରାଯାଇଛି ।

4) Act-1958 ଏବଂ Amendment Act 1910 ଅନ୍ତର୍ଗତ ସମସ୍ତ ପୁରାତନ ଐତିହ୍ୟର 100 ମିଟର ପରିଧି ନିଷିଧାଞ୍ଚଳ । ଅତିରିକ୍ତ 200 ମିଟର ନିୟମ ଅନ୍ତର୍ଗତ ପରିଚାଳିତ ଅଞ୍ଚଳ ଅଟେ । ଉଭୟ ଅଂଚଳରେ କୌଣସି ନିର୍ମାଣ, ପୁନଃ ନିର୍ମାଣ ଏବଂ ନବୀକରଣ ପାଇଁ Sec 20A, 20B, 20C, 20D ଅନ୍ତର୍ଗତ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ କରାଯାଇପାରିବ ।

5) ନିଷିଧାଞ୍ଚଳରେ କୌଣସି ନୂତନ ନିର୍ମାଣ ସଂପୂର୍ଣ୍ଣ ଭାବେ ନିଷେଧ ଥିବାବେଳେ Regulated Area ରେ ନିର୍ମାଣ, ପୂର୍ନଃ ନିର୍ମାଣ, ମରାମତି କିମ୍ବା ନବୀକରଣ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁମତି ନେଇ କରାଯାଇପାରିବ । ଏହି ନିୟମ ଅନୁଯାୟୀ ଓଡ଼ିଶାରେ National Monument Authority (NMA) SECTION-20 ଅନ୍ତର୍ଗତ competent authority ହେଉଛନ୍ତି Director Culture. ନିର୍ଦ୍ଦେଶକ ସଂସ୍କୃତି ବିଭାଗ ଓଡିଶା ସରକାର l

6) -1958 ଆଇନ Section 20E ଅନ୍ତର୍ଗତ ସମସ୍ତ ପୁରାତନ ଐତିହ୍ୟର ସୁରକ୍ଷା ପାଇଁ By-law ପ୍ରସ୍ତୁତ କରିବା ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କର । ଓଡ଼ିଶାରେ ଏହି ଦାୟିତ୍ୱ ନିର୍ଦେଶକ ସଂସ୍କୃତି ବିଭାଗ ଅନ୍ତର୍ଗତ ଅଟେ ।

କେତକ ନିର୍ଦ୍ଧିଷ୍ଟ ବିଷୟ ନେଇ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳର ନେତୃବୃନ୍ଦ ନିୟମିତ ଭାବେ ଜନ ସାଧାରଣଙ୍କୁ ଭ୍ରମିତ କରି ଆସୁଛନ୍ତି ସେଗୁଡିକ ହେଲା -:

1- ପ୍ରଥମ ଅଭିଯୋଗ ହେଉଛି By-Laws ପାଇଁ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକର ବିକାଶ ପ୍ରଭାବିତ ହେଉଛି ।

ସତ୍ୟତା -: Heritage By-Law ସମ୍ପୂର୍ଣ ଭାବେ ନିର୍ଦ୍ଧିଷ୍ଟ ଏବଂ ନମନୀୟ ଅଟେ । ପ୍ରଥମ 5ଟି ସ୍ଥଳ ପାଇଁ ପ୍ରସ୍ତୁତ ହୋଇଥିବା By-Law website ରେ ଉପଲବ୍ଧ ରହିବା ସହ ଏହାକୁ Objections and Suggestion ପାଇଁ ମଧ୍ୟ ଆହ୍ୱାନ କରାଯାଇଅଛି । ଏହି କ୍ରମରେ ରାଜ୍ୟ ସରକାର କୌଣସି ଅବଜେକ୍ସନ ଦାଖଲ କରି ପାରିବେ । ଏହି ପରିପ୍ରେକ୍ଷୀରେ By-Law ପ୍ରତ୍ୟାହାରର କୌଣସି ପ୍ରାସଙ୍ଗିକତା ନାହିଁ । ଧ୍ୟାନ ଦେବାର ବିଷୟ ଯେ ଯଦି By-Law ପ୍ରତ୍ୟାହାର ହେବ ମଧ୍ୟ କୌଣସି ସୁଫଳ ମିଳିବ ନାହିଁ । କାରଣ ପୂର୍ବ ପ୍ରଚଳିତ AMSAR Act -1958 ଯାହା 2010 ମସିହାରେ ସଂଶୋଧିତ ହୋଇଅଛି ।ଏହା ଅନୁଯାୟୀ ସମସ୍ତ ଆଇନ ପୂର୍ଵପରି ବଳବତ୍ତର ରହିଛି । ଏହି By-Law ଦ୍ୱାରା ସାଧାରଣ ଜନତା restricted area ମଧ୍ୟରେ ନିୟମ ଅନୁଯାଇ ନିର୍ମାଣ ମରାମତି କାମ କରିବାରେ ସକ୍ଷମ ଅଟନ୍ତି

2-ଦ୍ୱିତୀୟ ଅଭିଯୋଗ ହେଉଛି ମନ୍ଦିର ପାରିପାର୍ଶ୍ୱରେ By-Law ଦ୍ୱାରା ବିକାଶ ମୂଳକ କାର୍ଯ୍ୟକ୍ରମ ବ୍ୟାହତ ହେଉଛି ।

ସତ୍ୟତା - ପ୍ରଥମ 100 ମିଟର ନିଷିଦ୍ଧାଞ୍ଚଳ (Prohibited Area) ଏବଂ ପରବର୍ତୀ 200 ମିଟର Regulated Area ଯାହା କୀର୍ତ୍ତିରାଜିର ପରିସୀମା ଠାରୁ ପରିଖଣ୍ଡ 1958 Act ଏବଂ ସଂଶୋଧିତ ଆଇନ 2010 ଅନୁଯାୟୀ ନିଷେଧ ଅଟେ । By-Law କୁ ବାଦ ଦେଲେ ମଧ୍ୟ କୀର୍ତିରାଜିର 100 ମିଟର ପରିଧି ଅଞ୍ଚଳର କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ । ଯାହା ASI ଦ୍ୱାରା ଚିହ୍ନଟ କୀର୍ତ୍ତିରାଜି ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଏବଂ ଅନ୍ୟାନ ଅନ୍ତର୍ଭୁକ୍ତ । କେତେକ ସ୍ଥାନରେ ଜନସାଧାରଣ ଆବଶ୍ୟକତା ମୁତାବକ କେତେକ ସାଧାରଣ ସୁବିଧା ପାଇଁ ନିର୍ମାଣ କରାଯାଇଛି ।

3- ତୃତୀୟ ଅଭିଯୋଗ ହେଉଛି କେନ୍ଦ୍ରସରକାର By Law ପ୍ରସ୍ତୁତ କରିବା ସମୟରେ ରାଜ୍ୟର ଅନୁଷ୍ଠାନ ଗୁଡିକୁ ବିଶ୍ୱାସରେ ନେଇ ନାହାନ୍ତି ।

ସତ୍ୟତା - ଅନ୍ୟ ପକ୍ଷରେ ରାଜ୍ୟ ସରକାର କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ ASI କୁ ବିଶ୍ୱାସରେ ନନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି । ବେପରୁଆ ଭାବେ ରାଜ୍ୟ ସରକାର କୀର୍ତିରାଜି ନିକଟରେ ଉଚ୍ଛେଦ କରୁଛନ୍ତି । ଶୂକସାରୀ ମନ୍ଦିର ନିକଟସ୍ଥ ସଂସ୍କୃତି ମହାବିଦ୍ୟାଳୟକୁ ଉଛେଦ କରିବା ଏହା ଏକ ଜ୍ୱଳନ୍ତ ଉଦାହରଣ । ଉଚ୍ଛେଦ ରୂପରେଖ ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାର ଶ୍ରେୟ ଅନୁଷ୍ଠାନ ଗୁଡିକୁ ବ୍ୟହତ ରଖାଯାଇ ଅଛି । ଯାହା ରାଜ୍ୟ ସରକାରଙ୍କର ନୀତି ଏବଂ ଦୃଷ୍ଟିକୋଣକୁ ଜନସାଧାରଣ ସ୍ପଷ୍ଟ କରି କୀର୍ତିରାଜିର ରକ୍ଷଣା ବେକ୍ଷଣା ପାଇଁ ସ୍ୱତନ୍ତ୍ର ନିୟୋଜନ ହୋଇ National Monument Authority (NMA) ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ପରିଚାଳନା ନିର୍ଦେଶକ (Dr. ASI)ଙ୍କ ଅନୁରୋଧକୁ ବେଖାତିର କରି ରାଜ୍ୟ ସରକାରଙ୍କ ବରିଷ୍ଠ କତୃପକ୍ଷ Detail Project Report ବିଷୟ ଅବଗତ କରିବାକୁ ମନା କରି ଦେଇଥିଲେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦେଶକ ବିଭାଗୀୟ ଅଧିକାର ହୋଇଥିବାରୁ ମନ୍ଦିର ଗୁଡିକର By Law ପ୍ରସ୍ତୁତ କରିବାପାଇଁ NMA ମୁଖ୍ୟାଳୟକୁ publication ପାଇଁ ପଠାଇବା ଆବଶ୍ୟକ ଥିଲା । ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଗୁଡିକର ପ୍ରଦର୍ଶନ ଏହି ପରିପେକ୍ଷେ ନୈରାଶ୍ୟଜନକ ଅଟେ ।

4- ଚତୁର୍ଥ ଅଭିଯୋଗ ହେଉଛି ସେବାୟତ ଏବଂ ସାଧାରଣ ଜନତା ଏହି By Law ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବେ ।

ସତ୍ୟତା - ଏହି ପରିପ୍ରେକ୍ଷିରେ ଉଭୟ ସେବାୟତ ବା ସାଧାରଣ ଜନତା କ୍ଷତିଗ୍ରସ୍ତ ହେବାର ପ୍ରଶ୍ନ ଉଠୁ ନାହିଁ । ଉଭୟ ଲିଙ୍ଗରାଜ ମନ୍ଦିର ଏବଂ ପୁରୀ ମନ୍ଦିର ପରିସରଠାରୁ 75 ମିଟର ପରିଧି ମଧ୍ୟରେ ଥିବା ସେବାୟତ ବା ସାଧାରଣ ଜନତାଙ୍କ ଘର, ମଠ, ମନ୍ଦିର ଅଧିଗ୍ରହଣ କରି ଏହାର କ୍ଷତିପୂରଣ ପ୍ରଦାନ କରାଯାଇଅଛି । କୌଣସି ସେବାୟତ ବା ଜନତା କ୍ଷତିଗ୍ରସ୍ତ ହେବେନାହିଁ । ଅଧିକନ୍ତୁ 100 ମିଟର ପରେ ଏବଂ 300 ମିଟର ମଧ୍ୟରେ ଥିବା ହିତାଧିକାରୀ ମାନେ By Law ଅନୁଯାୟୀ ସମସ୍ତ ଆଇନ କାନୁନ ଏବଂ ଅନୁମତି କ୍ରମେ ନିର୍ମାଣ, ପୁନଃନିର୍ମାଣ ମରାମତି କାର୍ଯ୍ୟକ୍ରମ କରିପାରିବେ । ଏହା ଏମାନଙ୍କୁ ସୁଫଳ ପ୍ରଦାନ କରିବା ଅନ୍ୟ ରାଜ୍ୟରେ Online NMA Approval ପାଇ ପୋଟାଲ ପ୍ରସ୍ତୁତ ଏବଂ “Ease of doing Business” କୁ ଆଗକୁ ବଢାଉଥିବା ବେଳେ ଓଡିଶା ସରକାର ଛଦ୍ମବେଶୀ କୁମ୍ଭୀର କାନ୍ଦଣାରେ ମଗ୍ନ ରହିଛନ୍ତି । 1958 Act ର ମହତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରାଯାଇନପାରେ । ଏହାର ଲାଗୁ କରିବା ଅନିବାର୍ଯ୍ୟ ଅଟେ । By Law 1958 Act ଅତ୍ୟନ୍ତ ଏବଂ ମହତ୍ଵପୁର୍ଣ୍ଣ ଅଙ୍ଗ ଅଟେ । ଯାହା 2004 ମସିହାରୁ ପ୍ରଚଳିତ ହୋଇ ଆସୁଅଛି ।

ରାଜ୍ୟ ସରକାରଙ୍କୁ 5 ଟି ପ୍ରଶ୍ନ ପଚାରିଲେ ଅପରାଜିତା

1- ଏ ପର୍ଯ୍ୟନ୍ତ ପୁରାତନ କୀର୍ତ୍ତିରାଜି ଏବଂ ଐତିହ୍ୟରେ ଭରପୁର ହୋଇଥିବା ଅଞ୍ଚଳରେ ହୋଇଥିବା ସମସ୍ତ ଉଛେଦ ପ୍ରକ୍ରିୟାର ପ୍ରତ୍ନତତ୍ତ୍ୱ ବିଭାଗ ASI କୁ କାହିଁକି ସାମିଲ କରାଯାଇନାହିଁ ?
କାହିଁକି ASI Letter Date 27th June, 2018, 13th March, 2018, 6th September, 2018, 30th September, 2019, 21st October, 2019, 28th November, 2019, 15th December, 2019 କୁ ଉତ୍ତର ଦିଆଯାଇନାହିଁ । ଏପରିକି କାରଣ ଦର୍ଶାଅ ନୋଟିସ 10th October, 2019 and 19th January 2021 ର ମଧ୍ୟ କୌଣସି ଉତ୍ତର ରାଜ୍ୟସରକାରଙ୍କ ଠାରୁ ମିଳିପାରିନାହିଁ । ଉପରସ୍ଥ ସମସ୍ତ ଚିଠି ASI ତରଫରୁ ରାଜ୍ୟ ସରକାରଙ୍କୁ ଲେଖାଯାଇଅଛି । ଏହା କୌଣସି ନିୟମ ବହିର୍ଭୁତ ବିଷୟ କି । ଯଦି ନୁହେଁ ତାପରେ ରାଜ୍ୟ ସରକାର ନିଜେ ଆଇନର ଅବମାନନା କରୁନାହାନ୍ତି କି । ଆଜି ପର୍ଯ୍ୟନ୍ତ କୌଣସି ଜବାବ କିପରି ଦେଇନାହାନ୍ତି ?

2- ପ୍ରତ୍ନତ୍ତତ୍ୱ ବିଭାଗ (ASI) ର ମହାନିର୍ଦେଶକ (DG) ଗତ 22 ଡ଼ିସେମ୍ବର 2019 ରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କୁ ଭେଟି Detail Project Report ବିଷୟରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ । ଯାହାଦ୍ୱାରା NMA ରୁ NOC ପ୍ରଦାନ ପାଇଁ ବିଚାର କରାଯାଇ ପାରିଥାନ୍ତା । ରାଜ୍ୟବାସୀଙ୍କୁ ଜଣାଇବେକି, କାହିଁକି DPR ଅବଗତ କରାଯାଇ ନାହିଁ । ଏହାକୁ ଗୋପନ ରଖିବା ପଛରେ ଉଦେଶ୍ୟ କଣ ? ଏହି ପ୍ରକ୍ରିୟାରେ ସ୍ଥାନୀୟ ସାଂସଦ ତଥା ଲୋକ ପ୍ରତିନିଧିଙ୍କୁ ମଧ୍ୟ ବିଶ୍ୱାସରେ ନିଆଯାଇ ନାହିଁ । ବର୍ତମାନ ପର୍ଯ୍ୟନ୍ତ ଲିଙ୍ଗରାଜ ଏବଂ ପୁରୀ ମନ୍ଦିର ପରିସର ଉନ୍ନତିକରଣ ପାଇଁ ହୋଇଥିବା DPR ସମ୍ବଦ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଯାଇନାହିଁ । ଏହାକୁ ଗୋପନ ରଖିବା ପଛରେ କଣ ମନ୍ଦ ଉଦେଶ୍ୟ ରହିଛି ରାଜ୍ୟବାସୀ ନିଶ୍ଚିନ୍ତ ଭାବେ ଜାଣିବାକୁ ଚାହିଁବେ ।

3- ରାଜ୍ୟ ସରକାର NMA By Law ରେ କୌଣସି Suggestion କିମ୍ବା Objection ପରିବର୍ତ୍ତେ ଏହି By Law ର ପ୍ରତ୍ୟାହାର ବା ଉଛେଦ ପାଇଁ ଦାବି ଉପସ୍ଥାପନା କରିବା ଅପରିପକ୍ଵତା ଏବଂ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କୁହା ଯାଇପାରେ । କୀର୍ତ୍ତିରାଜିର ସୁରକ୍ଷା ପାଇଁ By-Law ରେ 100ମିଟର Prohibited Area ଏବଂ ଅତିରିକ୍ତ 200ମିଟର Regulated Area ବୋଲି ସ୍ପଷ୍ଟ କରିବା ପରିବର୍ତ୍ତେ ଏହି By-Law ବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ବ୍ୟାହତ ସୃଷ୍ଟି ହେଉଛି ବୋଲି କହି ଜନମାନସରେ ବିଭାନ୍ତିକର ତଥ୍ୟ ଉପସ୍ଥାପନା ଆଦୌ ଗ୍ରହଣୀୟ ନୁହେଁ । ଏହା ପଛରେ କୀର୍ତ୍ତିରାଜି ସମ୍ପର୍ଣ ଅଞ୍ଚଳରେ ବେନିୟମରେ କରିଥିବା ବ୍ୟାପକ ଉଚ୍ଛେଦକୁ ଲୁଚାଇବା ପାଇଁ ଅପପ୍ରୟାସ କରାଯାଇଛି ।

4- ରାଜ୍ୟ ସରକାର ସ୍ପଷ୍ଟ କରିବେକି କେଉଁ Archeological Firm ଜଗନ୍ନାଥ ମନ୍ଦିର, ପୁରୀ ଏବଂ ଲିଙ୍ଗରାଜ ମନ୍ଦିରର ବିକାଶର ରୂପରେଖ ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ସରକାର ଏହା ଜନସାଧାରଣଙ୍କୁ ସ୍ପଷ୍ଟ କରିବେକି କେଉଁ Archeological Firm କୁ work order ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସ୍ପଷ୍ଟ କରିବେକି Archeological Firm ର ଅବଶକୀୟ ଯୋଗ୍ୟତା ଅଛି କି ନାହିଁ ? ଆବଶ୍ୟକୀୟ Track Record ଅଛି କି ନାହିଁ ? ଏବଂ ବିଗତ ଦିନରେ ଏପରି କୌଣସି ଐତିହାସିକ କୀର୍ତ୍ତିରାଜିର ରକ୍ଷଣା ବେକ୍ଷଣ କରିବାର ଅଭିଜ୍ଞତା ରହିଛି କି ନାହିଁ ? ରାଜ୍ୟ ସରକାର ସ୍ପଷ୍ଟ କରିବେକି Archohm Architect Firm, Noida ଏବଂ Bhumiputra Architect Firm, Bangalore ଏହି ପୁରାତନ କୀର୍ତ୍ତିରାଜି ସଂରକ୍ଷଣରେ କଣ ଭୂମିକା ରହିଛି ? କିଏ ଏହି ଅନୁଷ୍ଠାନ ଗୁଡିକୁ କେଉଁଠୁ ଅର୍ଥ ଯୋଗାଣ କରୁଛି ଏବଂ ଏହା ସେବା କିଏ ଉପଯୋଗ କରୁଛି ? ଉପରୋକ୍ତ ସମସ୍ତ ବିଷୟ ସାଧାରଣ ଓଡିଶା ବାସୀଙ୍କ ନିକଟରେ ସ୍ପଷ୍ଟ ହେବା ଅତ୍ୟନ୍ତ ଆବଶ୍ୟକ ।

5-ଉତ୍ତର ପାର୍ଶ୍ୱମଠ, ଦକ୍ଷିଣ ପାର୍ଶ୍ଵମଠ, ଏମଆର ମଠ, ରଘୁନାଥ ଲାଇବ୍ରେରୀ ପରି କୀର୍ତ୍ତିରାଜିକୁ ସମୂଳେ ଉତ୍ପାଟନ କରିବା ପୂର୍ବରୁ କଣ ରାଜ୍ୟ ସରକାର ଏହାର Detail Mapping କରିଥିଲେ? ଏହି କୀର୍ତ୍ତିରାଜି ଉତ୍ପାଟନ କରିବା ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଅନ୍ତର୍ଗତ ସମସ୍ତ ନୀତି ନିୟମ ସରକାର ଅନୁସରଣ କରିଛନ୍ତି ତ ? ଏହା ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କର ରାଜନୀତି ସମ୍ପୂର୍ଣ ଭାବେ ବିକାଶ ଉପରେ ଆଧାରିତ । ଆମେ ସମସ୍ତେ ବିକାଶ ଚାହୁଁ । ଭୁବନେଶ୍ୱର ଲୋକସଭା ସାଂସଦ ଭାବେ ବିକାଶ ହିଁ ମୋର ଏକ ମାତ୍ର ପ୍ରାଥମିକତା । ରାଜ୍ୟ ସରକାର ଉପରୋକ୍ତ ପ୍ରଶ୍ନର ଉତ୍ତର ଦେବା ସହ ବିକାଶମୂଳକ କାର୍ଯ୍ୟକ୍ରମରେ ନୀତି, ନିୟମ, ପ୍ରକ୍ରିୟା ଏବଂ ସ୍ୱଛତା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିୟମ, କାନୁନ, ଏବଂ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ମାନିବା ଦରକାର । ସର୍ବୋପରି ସରକାର ଚଳାଇବା ଏକ ଗୁରୁତ୍ୱପୂର୍ଣ ଏବଂ ମହତ୍ୱପୂର୍ଣ୍ଣ ବିଷୟ । ଏଠାରେ ମନର ନିୟୋଯୋଗ ସହ ଆଇନ କାନୁନ ଅଧ୍ୟୟନ କରି ଏହାକୁ କାମରେ ଲଗାଇବା ଆବଶ୍ୟକ । ସରକାର ଚଳାଇବାରେ ଅପରିପକ୍ଵତାକୁରାଜ୍ୟ ସରକାର ଆଦୌ ଗ୍ରହଣ କରିବେ ନାହିଁ ।

ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ଆମ ସମସ୍ତଙ୍କୁ ହାତ ମିଶାଇ କାମ କରିବାକୁ ହେବ । ଆରୋପ ପ୍ରତ୍ୟାରୋପର କୌଣସି ସ୍ଥାନ ନାହିଁ । ଏହି କ୍ରମରେ କହି ରଖିବାକୁ ଚାହିଁବି ରାଜ୍ୟ ସରକାର National Monument Authority (NMA) ଠାରୁ ଅନୁମତି ବା ସହମତି ଲାଭ କରିବା ଆବଶ୍ୟକ । ଏଥିପାଇଁ ଚିଠି ଏବଂ କାରଣ ଦର୍ଶାଅ ନୋଟିସ ରାଜ୍ୟ ସରକାରଙ୍କୁ ପଠାଯାଇଛି । କେନ୍ଦ୍ର ସରକାର ଓଡ଼ିଶାର ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନିରନ୍ତର ଭାବେ ପ୍ରୟାସରତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 15, 2021, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.