ETV Bharat / city

ବିଜେଡି ଉପରେ ବର୍ଷିଲେ, ଦଳୀୟ ନେତାଙ୍କ ନିୟମ ଉଲ୍ଲଙ୍ଘନର 17ଟି ଫଟୋ ଦେଖାଇଲେ

author img

By

Published : Oct 10, 2020, 5:10 PM IST

Updated : Oct 10, 2020, 9:24 PM IST

ଓଡିଶା ସରକାର କାର୍ଯ୍ୟାଳୟ ବନ୍ଦ କରନ୍ତୁ କିନ୍ତୁ ବିକାଶ କାର୍ଯ୍ୟ ବନ୍ଦ କରିପାରିବେ ନାହିଁ । ସରକାର ଆକ୍ରୋଶମୂଳକ ମନୋବୃତ୍ତି ନରଖନ୍ତୁ । ପ୍ରଥମେ ନିଜ ନେତାଙ୍କ ନାମରେ ଅଭିଯୋଗ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

Bhubaneswar MP aparajita sarangi
Bhubaneswar MP aparajita sarangi

ଭୁବନେଶ୍ବର: ଜନ୍ମଦିନରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ । ଜନ୍ମଦିନ ଅବସରରେ ସେ କୋଭିଡ ନିୟମକୁ ଅବମାନନା କରିନାହାଁନ୍ତି କିମ୍ବା କୈଣସି ନିୟମକୁ ଉଲ୍ଲଂଘନ କରିନାହାଁନ୍ତି ବୋଲି ସିଧା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି ଅପରାଜିତା । ସେପଟେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଥିବା ନେଇ ବିଜେଡ଼ିର ଅଭିଯୋଗ ହେବା ପରେ ତାଙ୍କ ଅଫିସ ସିଲ କରିଛି ବିଏମସି । ତେବେ ଅଫିସ ସିଲ ହେବା ପରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ।

ବିଜେଡି ଉପରେ ବର୍ଷିଲେ, ଦଳୀୟ ନେତାଙ୍କ ନିୟମ ଉଲ୍ଲଙ୍ଘନର 17ଟି ଫଟୋ ଦେଖାଇଲେ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଭିଯୋଗ ଏବଂ ବିଏମସିର କାର୍ଯ୍ୟାନୁଷ୍ଠାନ ନେଇ ଅପରାଜିତା କହିଛନ୍ତି, ମୁଁ ଜଣେ ଶିକ୍ଷିତ ଜନପ୍ରତିନିଧି । ମୁଁ ନିୟମ ଏବଂ ଆଇନ ସମ୍ବନ୍ଧରେ ଅବଗତ ଅଛି । କୋଭିଡ ନିୟମ କୌଣସିମତେ ଅବମାନନା କରିନାହିଁ । ଯେଉଁମାନେ ଏପରି ଅଭିଯୋଗ ଆଣୁଛନ୍ତି, ସେମାନେ ପ୍ରଥମେ ନିଜର ଛବି ଦେଖନ୍ତୁ । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷ ଯାତ୍ରାରେ ମନ୍ତ୍ରୀ ସମୀର ଦାସ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ ପଜିଟିଭ ଥାଇ ମଧ୍ୟ ହଜାର ହଜାର ଲୋକଙ୍କ ମଧ୍ୟରେ ରହିଥିଲେ । ସେମାନଙ୍କ ବିପରୋଧରେ କଣ ପାଇଁ ସରକାର କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ପାଲଟା ପ୍ରଶ୍ନ ପଚାରିଛନ୍ତି ଅପରାଜିତା ।

ସେହିପରି ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ନେତା, ମନ୍ତ୍ରୀ ମାସ୍କ ନପିନ୍ଧି ଜନ୍ମଦିନ ପାଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା, ରାଜ୍ୟର ଅନେକ ସ୍ଥାନରେ ବିଜେଡ଼ି ଦଳୀୟ କର୍ମୀ କୋଭିଡ ନିୟମ ନମାନି କାର୍ଯ୍ୟକ୍ରମ କରୁଥିବାର 17ଟି ଫଟୋ ଗଣମାଧ୍ୟମ ସାମ୍ମୁଖରେ ରଖିଥିଲେ ସାଂସଦ ଏବଂ ପ୍ରଶ୍ନ ଉଠାଇ କହିଛନ୍ତି, ଯଦି ମୋ କାର୍ଯ୍ୟାଳୟ ସିଲ କରାଗଲା, ତେବେ ବିଜେଡ଼ି ଅଫିସ କେବେ ସିଲ ହେବ ? ମୁଁ ବିଜେପିର ଜଣେ ସାଂସଦ, ଲୋକଙ୍କ ଆଶୀର୍ବାଦ ପାଇଛି।

କେବଳ ଲୋକଙ୍କ ସେବା ମୋର ଲକ୍ଷ୍ୟ ଏବଂ ଏହାଛଡା ମୋର କୌଣସି ଉଦ୍ଦେଶ୍ୟ ନାହିଁ । କୋଭିଡ ୧୯ ନିୟମ ଉପରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗୁରୁତ୍ବ ଦେଉଛି । କିନ୍ତୁ ଓଡିଶା ସରକାର ଯେତେ ଚେଷ୍ଟା କଲେ ମଧ୍ୟ ବିକାଶ କାର୍ଯ୍ୟକୁ ରୋକି ପାରିବେ ନାହିଁ । ତେଣୁ ସରକାର ଆକ୍ରୋଶମୂଳକ ମନୋବୃତ୍ତି ରଖନ୍ତୁ ନାହିଁ ବୋଲି କହିଛନ୍ତି ଅପରାଜିତା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 10, 2020, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.