ଖୋଲିଲା ଅପରାଜିତାଙ୍କ କାର୍ଯ୍ୟାଳୟ - ଖୋଲିଲା ଅପରାଜିତାଙ୍କ କାର୍ଯ୍ୟାଳୟ
ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗୁରୁବାର ପଲ୍ଲାସପଲ୍ଲୀସ୍ଥିତ ସଂସଦୀୟ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ସମସ୍ୟା ଶୁଣି ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି l ଅଧିକ ପଢନ୍ତୁ...

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ । ପୁଣି ଆରମ୍ଭ ହେଲା ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି। ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗୁରୁବାର ପଲ୍ଲାସପଲ୍ଲୀସ୍ଥିତ ସଂସଦୀୟ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ସମସ୍ୟା ଶୁଣି ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି l

ବିଭିନ୍ନ ସ୍ଥାନରୁ ସାଧାରଣ ଲୋକ ଓ କର୍ମୀ ନିଜର ସମସ୍ୟା ନେଇ ସାଂସଦଙ୍କୁ ଭେଟିଥିଲେ । ଆଗାମୀ ଦିନରେ ନିୟମିତ ଭାବେ ଏହି କାର୍ଯ୍ୟକ୍ରମ ଜାରି ରହିବ । ପୂର୍ବରୁ ଯେଉଁଭଳି ଜନଶୁଣାଣୀ ଚାଲୁଥିଲା, ସେହିଭଳି ଦୈନିକ ଅଭିଯୋଗ ସହ ଜନଶୁଣାଣୀ ଚାଲିବ । ନିଜର ଗୋଷ୍ଠୀଗତ, ସାମୂହିକ ଏବଂ ବ୍ୟକ୍ତିଗତ ସମସ୍ୟା ସହ ଉପସ୍ଥିତ ହୋଇ ପାରିବେ ବୋଲି ସୂଚନା ମିଳିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସାଂସଦଙ୍କ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ