ଭୁବନେଶ୍ବର: ବର୍ଷାରେ ଭିଜିବ ଏଥର ପୂଜା ବଜାର । ଫିକା ପଡ଼ିବ ପାର୍ବଣ। ଆସନ୍ତା ଅକ୍ଟୋବର ୨ ତାରିଖରୁ ଅର୍ଥାତ ମହାସପ୍ତମୀରେ ଭିଜିବ ପୁରା ଉପକୂଳ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାରଣ ଉତ୍ତର ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ଆନ୍ଧ୍ର ଉପକୂଳ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି।
ଆସନ୍ତାକାଲି ଆଉ ଏକ ଘୁର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ଓଡ଼ିଶାରେ ବର୍ଷା ହେବ । ୧ ତାରିଖରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଭଦ୍ରକ, ବାଲେଶ୍ବର, ଯାଜପୁର, କଟକରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମହାସପ୍ତମୀ ଅର୍ଥାତ ୨ ତାରିଖରେ ଉତ୍ତର ଓଡିଶା ଏବଂ ଏହାର ପର୍ଶ୍ଵବର୍ତ୍ତୀ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳକୁ ନେଇ ପାଖାପାଖି ୧୪ ଜିଲ୍ଲା ରେ ବର୍ଷା ସମ୍ଭାବନା ରହିଛି ।
ତେବେ ୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୭ ମିମିରୁ ୨୦ ମିମି ବର୍ଷା ହୋଇପାରେ। ବିଶେଷ ପବନ ହେବାର ସମ୍ଭାବନା ନାହିଁ। ୪ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା। ୨ ତାରିଖରୁ ଆକାଶ ମେଘାଚ୍ଛନ ରହିବ। ତେବେ ଉପକୂଳ ଓଡ଼ିଶାରେ ବର୍ଷର ପ୍ରଭାବ ରହିବ। ଏନେଇ ସାରା ରାଜ୍ୟରେ ୨ ତାରିଖରୁ ଆରମ୍ଭ ହୋଇଯିବ ବର୍ଷା। ବର୍ତ୍ତମାନ ସୁଧା ୧ ଜୁନ ରୁ ୨୯ ସେପ୍ଟେମ୍ବର ୪ ୧୧୮୭ . ୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକ ଜିଲ୍ଲାର ୨୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।
ଏହା ମଧ୍ୟ ପଢନ୍ତୁ- Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର
ସେପଟେ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତି ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୧.୫ କିମି ଯାଏଁ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ରହିଛି । ଏଥିଯୋଗୁଁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଇଟିଭି ଭାରତ , ଭୁବନେଶ୍ବର