ଭୁବନେଶ୍ବର: ସୁନା ଦୋକାନ ସାମ୍ନାରେ ଲୁଟ ଏବଂ ଗୁଳିମାଡ଼ ଘଟଣାର ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ । ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ରାଜଧାନୀରେ ସୁନା ଦୋକାନରେ ବାରମ୍ବାର ଲୁଟ୍ ହେଉଥିବାରୁ ଏଥିପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ଉପରେ ସନ୍ଦେହ କରାଯାଉଥିଲା । କିନ୍ତୁ ଭିନ୍ନ ଭିନ୍ନ ଗ୍ୟାଙ୍ଗ ଲୁଟରେ ସାମିଲ ରହୁଥିବା ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ସ୍ମାର୍ଟସିଟିରେ ଅସୁରକ୍ଷିତ ସୁନା ବ୍ୟବସାୟୀ ! ଆଉ ଜଣେ ହେଲେ ଲୁଟେରାଙ୍କ ଶିକାର
ସେ କହିଛନ୍ତି ଯେ, 'ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଲିଙ୍ଗରାଜ ଥାନା ଅଧିକାରୀଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରିରହିଛି । ଏନେଇ ପୋଲିସ ଭିନ୍ନ ଭିନ୍ନ ଦିଗର ସିସିଟିଭି ଆଧାରରେ ତଦନ୍ତ କରୁଛି । ରାଜଧାନୀରେ ସୁନା ଦୋକାନୀଙ୍କ ଉପରେ ଆକ୍ରମଣ ଏବଂ ଲୁଟ ଘଟଣାରେ ଭିନ୍ନ ଭିନ୍ନ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ସୌଭାଗ୍ୟ ନଗରରେ ଆକ୍ରମଣ ଲୁଟ ଘଟଣାରେ ଗ୍ୟାଙ୍ଗ୍ ଏହି ଘଟଣାରେ ସମ୍ପୃକ୍ତି ନାହିଁ । ଏହି ଗ୍ୟାଙ୍ଗ ଅନ୍ୟ ଏକ ଗ୍ୟାଙ୍ଗର ବୋଲି ସନ୍ଦେହ କରାଯାଉଛି ।' ପୂର୍ବରୁ ଜାଆଁଳାରେ ହୋଇଥିବା ଲୁଟ ଘଟଣାର ଅଭିଯୁକ୍ତ ଧରାପଡିସାରିଥିବା କହିଛନ୍ତି ଅତିରିକ୍ତ ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ