ETV Bharat / city

ରାତି ପାହିଲେ ଗଣେଶ ଚତୁର୍ଥୀ: ରାଜଧାନୀରେ ସରଗରମ ପୂଜା ବଜାର - bhubaneswar news

ରାତି ପାହିଲେ ଗଜାନନଙ୍କ ପୂଜା । ମୂର୍ତ୍ତି କିଣିବା ପାଇଁ ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ । କଟକଣା ମାନି ପୂଜା କରିବେ ରାଜଧାନୀବାସୀ । ଅଧିକ ପଢନ୍ତୁ...

ରାତି ପାହିଲେ ଗଣେଶ ଚତୁର୍ଥୀ ; ରାଜଧାନୀରେ ସରଗରମ ପୂଜା ବଜାର

author img

By

Published : Sep 9, 2021, 6:01 PM IST

ଭୁବନେଶ୍ବର : ରାତି ପାହିଲେ ଗଜାନନଙ୍କ ପୂଜା । ମୂର୍ତ୍ତି କିଣିବା ପାଇଁ ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ । ଥାକ ଥାକ ହୋଇ ବିକ୍ରି ପାଇଁ ରଖାଯାଇଛି ବିଘ୍ନବିନାଶକଙ୍କ ରଙ୍ଗବେରଙ୍ଗର ମୂର୍ତ୍ତି । କୋରୋନା ପାଇଁ ଏଥର କଟକଣାରେ ହେବ ପୂଜା । କାହିଁକିନା ବିଏମସି ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି । ମୂର୍ତ୍ତି ଗୁଡିକରେ ଉଚ୍ଚତା ୪ଫୁଟ ରଖିବାକୁ ନିର୍ଦ୍ଦେଶ ହୋଇଛି । ପେଣ୍ତାଲ ଗୁଡିକରେ ପୂଜା କରିବାକୁ ହେଲେ ନେବାକୁ ପଡିବ କମିଶନରେଟ ପୋଲିସର ଅନୁମତି । ସାଧାରଣ ଦର୍ଶନକୁ ବାରଣ ଥିବାବେଳେ ପ୍ରସାଦ ସେବନ ଉପରେ କଟକଣା ଲାଗିଛି । ସେପଟେ ପୂଜା ସମୟରେ ୭ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେନି । ମଣ୍ଡପକୁ ତିନି ପାର୍ଶ୍ୱରେ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଥିବାବେଳେ ଚତୁର୍ଥ ପାର୍ଶ୍ୱକୁ ମଧ୍ୟ ସଠିକ୍ ଭାବରେ ଆଚ୍ଛାଦିତ କରିବାକୁ ନିର୍ଦ୍ଦେଶ ରହିଛି । ଆଉ ସେଥିପାଇଁ ସହିଦ ନଗରର ଓ୍ କ୍ଲବ ଚଳିତ ଥର ଭକ୍ତମାନଙ୍କ ପାଇଁ ଡିଜିଟାଲ ପୂଜା ଦେଖିବାର ସୁବିଧା କରିଛି ।

ରାତି ପାହିଲେ ଗଣେଶ ଚତୁର୍ଥୀ ; ରାଜଧାନୀରେ ସରଗରମ ପୂଜା ବଜାର
ସେପଟେ ପୂଜା ପାଇଁ ଆଗୁଆ ଗାଇଡଲାଇନ ଜାରି କରାଯାଇଥିବାରୁ ଆଶ୍ବସ୍ତି ପାଇଛନ୍ତି ମୂର୍ତ୍ତି କାରିଗର । ଗତବର୍ଷ ବିଳମ୍ବରେ କଟକଣା ଲାଗୁ ହୋଇଥିବାରୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଥିଲା । ହେଲେ ଏଥର ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି କାରିଗର। ସେପଟେ ପୂଜାର ସପିଂ ପାଇଁ ମାର୍କେଟ ବିଲ୍ଡିଂରେ ଲାଗିଛି ଭିଡ । ନୂଆ ଡ୍ରେସ କିଣିବା ପାଇଁ ଛୋଟ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ମଲରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଗହଳି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ପୂଜା କରିବକୁ ପରାମର୍ଶ ଦିଆଯାଇଛି । ଯଦି କଟକଣା ନ ମାନିବା ତେବେ ତୃତୀୟ ଲହର ଆସିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.