ETV Bharat / city

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା: ଜୁନ ୨୨ରେ ପରବର୍ତ୍ତୀ ଶୁଣାଣୀ

author img

By

Published : Apr 7, 2021, 4:37 PM IST

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ହାଇକୋର୍ଟରେ ବୁଧବାର ଶୁଣାଣି ହୋଇଛି। ହାଇକୋର୍ଟରେ ବୁଧବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଅଧିକ ପଢନ୍ତୁ:

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ହାଇକୋର୍ଟରେ ବୁଧବାର ଶୁଣାଣି ହୋଇଛି। ହାଇକୋର୍ଟରେ ବୁଧବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଘଟଣାରେ କ୍ଲିନିକାଲ ଆନାଲିସସ କରାଯାଇଥିବା କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ ତାହାର ରିପୋର୍ଟ ଆସି ନଥିବା ଦର୍ଶାଯାଇଛି । ଜୁନ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସେହିଦିନ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାର ଅଭିଯୁକ୍ତ ଗଣମାଧ୍ୟମର କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଓ ସିକ୍ୟୁରିଟି ଗାର୍ଡ ବିଜୟ ରାଉତ ଓ ଶ୍ରୀବତ୍ସ ସାମଲକୁ ଜାନୁଆରୀ ୧୪ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ନଭେମ୍ବର ୯ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ନଭେମ୍ବର ୧୮ ତାରିଖରେ ଭିଡିଓ କନଫରେନ୍ସି ପୋଲିସ ଡିଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଏକ ସତ୍ୟପାଠ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।

ଅକ୍ଟୋବର ୧୪ ତାରିଖରେ ଏହି ମାମଲାର ଶୁଣାଣି କରି ପୀଡ଼ିତା ଓ ତାର ମାକୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କ୍ରାଇମବ୍ରାଞ୍ଚ ଉଲ୍ଲେଖ କରାଯାଇଥିଲା ଯେ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତ ଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି । ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.