ETV Bharat / city

ଝାରପଡା ଜେଲ୍‌ ଗଲା ଭୁବନେଶ୍ବର ଡବଲ ମର୍ଡର ଅଭିଯୁକ୍ତ

ଝାରପଡା ଜେଲ‌କୁ ଗଲା ଡବଲ ମର୍ଡର ହତ୍ୟାକାରୀ । ହାଉସିଂ ବୋର୍ଡ ହତ୍ୟାକାଣ୍ଡର ଅଭିଯୁକ୍ତ ବିଜୟ କେତନ ସେଠୀକୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର ଡବଲ ମର୍ଡର: ଝାରପଡା ଜେଲ‌କୁ ଗଲା ଅଭିଯୁକ୍ତ

author img

By

Published : Apr 25, 2022, 9:56 PM IST

ଭୁବନେଶ୍ବର: ଝାରପଡା ଜେଲ‌କୁ ଗଲା ଡବଲ ମର୍ଡର ହତ୍ୟାକାରୀ । ହାଉସିଂ ବୋର୍ଡ ହତ୍ୟାକାଣ୍ଡର ଅଭିଯୁକ୍ତ ବିଜୟ କେତନ ସେଠୀକୁ କୋର୍ଟ ଚାଲାଣ କରିଛି ପୋଲିସ । ଚନ୍ଦ୍ରଶେଖରପୁର ଥାନା ପୋଲିସ ଅଭିଯୁକ୍ତ ବିଜୟ କେତନକୁ କୋର୍ଟ ଚାଲାଣ କରିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଭୁବନେଶ୍ବର ଡବଲ ମର୍ଡର: ଝାରପଡା ଜେଲ‌କୁ ଗଲା ଅଭିଯୁକ୍ତ

ତେବେ ପତ୍ନୀ ଓ ଶାଳୀକୁ ହତ୍ୟା କରିଥିବା ହତ୍ୟାର ସାମଗ୍ରୀକୁ ଏଯାଁଏ ଜବତ କରି ପାରିନି ପୋଲିସ । ଫଳରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଖୋଜିପାରେ ପୋଲିସ । ମିଳିଥିବା ସୂଚନା ଅନୁସାରେ, ସନ୍ତାନ ଜନ୍ମ ନ ହେବାରୁ ପତ୍ନୀ ଓ ଶାଳୀ ଅଭିଯୁକ୍ତକୁ ନିର୍ଯାତନା ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଉଭୟଙ୍କୁ ହତ୍ୟା କରିଛି ଅଭିଯୁକ୍ତ ବିଜୟ ।

ଅନ୍ୟପଟେ ହତ୍ୟା କାରଣ ଉଦ୍ଧାର ହୋଇଥିବା ହାତଲେଖା ଚିଠିକେ ରହିଛି ବୋଲି ପୋଲିସ ସ୍ପଷ୍ଟ କରିଛି । ପୋଲିସ ଏହି ଚିଠି ଜଗତ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଅଧିକ ତଥ୍ୟ ହାସଲ ପାଇ ତିନି ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.