ETV Bharat / city

କେନ୍ଦ୍ରର କଲ୍ୟାଣକାରୀ ଯୋଜନା ନେଇ ରାଜଧାନୀବାସୀଙ୍କ ପାଖକୁ ଯିବ ବିଜେପି: ବାବୁ ସିଂ

author img

By

Published : Jul 13, 2022, 10:29 PM IST

ଜିଲ୍ଲାର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଖଣ୍ଡଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ନେଇ ରାଜଧାନୀବାସୀଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ବର: ଜିଲ୍ଲାର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଖଣ୍ଡଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ବାବୁ ସିଂ ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଏବଂ ଜନ ମଙ୍ଗଳ କାରୀ ଯୋଜନାକୁ ନେଇ ରାଜଧାନୀ ବାସିନ୍ଦାଙ୍କ ପାଖକୁ ଯିବ ବିଜେପି । ଭୁବନେଶ୍ବର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି । ଏହା ସହ କାର୍ଯ୍ୟକାରିଣୀରେ ଅନେକ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦିଆଯାଇଛି ।

ସହରର ବିକାଶ କେନ୍ଦ୍ର ଦେଉଥିବା ସମସ୍ତ ସହାୟତା ଏବଂ ସମସ୍ତ ଗରିବୀ କଳ୍ୟାଣ ଯୋଜନାକୁ ନେଇ ସହରର ଗଳିକନ୍ଦିରେ ଲୋକଙ୍କୁ ଭେଟି ଅବଗତ କରାଇବ ଦଳ । ଏହା ସହ ଭୁବନେଶ୍ବର ମହାନଗର ନିଗମରେ ଥିବା ବିଭିନ୍ନ ସମସ୍ୟା ଯେମିତିକି ଡ୍ରେନେଜ, ସ୍ଵେରେଜ, ଟ୍ରାଫିକ, ପାର୍କିଂ, ବଢୁଥିବା କ୍ରାଇମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଜୋରଦାର କରିବ ବିଜେପି । କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲ୍ଳା ସଭାପତି ବାବୁ ସିଂଙ୍କ ସହ ଜଗନ୍ନାଥ ପ୍ରଧାନ ଓ ଦିଳ୍ଳୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.