ETV Bharat / city

ଭୁବନେଶ୍ବର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ - ବିଜେପି କାର୍ଯ୍ୟକାରିଣୀ ବୈଠକ

ଶନିବାର ଭୁବନେଶ୍ବର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ....

ଭୁବନେଶ୍ବର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

author img

By

Published : Jul 10, 2021, 6:24 PM IST

ଭୁବନେଶ୍ବର: ଭୁବନେଶ୍ବର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଆଗତ ହୋଇଥିବା ବେଳେ ଶୋକ ପ୍ରସ୍ତାବ ସହ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଏକ ସ୍ଥାଣୁ ସରକାର ରହିଛି । ସ୍ମାର୍ଟ ସିଟିର ନାଁ ଓ ଡ଼ିଣ୍ଡିମ ପିଟି 68ଟି ୱାର୍ଡ଼ରୁ 7ଟି ୱାର୍ଡରେ ସ୍ମାର୍ଟ ସିଟି କାମ ଆରମ୍ଭ ହୋଇଛି । କିନ୍ତୁ ଏବେ ବି ଭୁବନେଶ୍ବରରେ ବର୍ଷା ହେଲେ ଲୋକେ ପ୍ରଭାବିତ ହେଉଛନ୍ତି । ପ୍ରାୟ ସମସ୍ତ ୱାର୍ଡରେ ଡ୍ରେନେଜ ଓ ସ୍ଵେରେଜ ସମସ୍ୟା ରହିଛି । ଲୋକ ମାନଙ୍କର ଏ ସମସ୍ୟା କେଵେ ଦୂର ହେବ ସେ ନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି । ସ୍ମାର୍ଟ ସିଟିର କାର୍ଯ୍ୟ କେବେ ଶେଷ ହେବ ତାହା ଏବେ ସନ୍ଦେହ ଘେରରେ ରହିଛି । ବସ୍ତି ବାସିନ୍ଦାଙ୍କ ଭୋଟ ବ୍ୟାଙ୍କର ସାହାରା ନେଇ ବିଜେଡ଼ି ସରକାରକୁ ଆସିଥିଲା । ଏବେ ବି ବସ୍ତି ବାସିନ୍ଦାଙ୍କ କଥା କହୁଛନ୍ତି ସରକାର । ହେଲେ ସେମାନଙ୍କର ଦୁଃଖ ସରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 28 ଲକ୍ଷରୁ ଊର୍ଦ୍ଧ୍ବ ଘର ଆସିଲାଣି । କିନ୍ତୁ ରାଜ୍ୟ ସରକାର ଏବେ ଯାଏଁ ଲୋକଙ୍କ ମୁଣ୍ଡ ଉପରେ ଛାତ ଦେଇପାରୁନାହାନ୍ତି । ରାଜଧାନୀବାସୀଙ୍କ ଉପରେ ହୋଲ୍ଡିଂ ଟ୍ୟାକ୍ସ ନାଁରେ ଏକ ଜିଜିଆ କରକୁ ଲଦିଥିଲେ ସରକାର । ବିଜେପି ଓ ସାଧାରଣ ଲୋକଙ୍କ ପ୍ରବଳ ଚାପ ପରେ ଏହାକୁ ପ୍ରତ୍ୟାହାର କରିଛନ୍ତି ସରକାର । କିନ୍ତୁ ଯେଉଁ ଲୋକ ମାନଙ୍କ ପାଖରୁ ପାଖାପାଖି ୧୫ କୋଟି ଟଙ୍କା ଆଦାୟ ହୋଇଥିଲା, ସେ ଟଙ୍କାକୁ ଫେରସ୍ତ ଦେଉନାହାନ୍ତି । ଖାଲି ସେତିକି ନୁହେଁ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉ ବୋଲି ବିଜେପି ଦାବି କରିଛି ।

ମହାମାରୀ ସମୟରେ 6 ମାସ ଭିତରେ, ଗତ ସେପ୍ଟେମ୍ବର ଓ ଏ ବର୍ଷ ମାର୍ଚ୍ଚ ମାସରେ 2 ଥର ORC ରାଜ୍ୟ ସରକାର ମଧୁଚନ୍ଦ୍ରିକା କରି ଲୋକଙ୍କ ଉପରେ ବିଦ୍ୟୁତ ବୋଝ ଲଦିଛନ୍ତି । ଏଥିପାଇଁ ପୂର୍ବ ଅପେକ୍ଷା ଏବେ ପାଖାପାଖି 2 ଗୁଣ ଅଧିକ ବିଦ୍ୟୁତ ବିଲ ଆସୁଛି । ଆଗରୁ ମଧ୍ୟ ବିଜେପି ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲା ଏବଂ କୋଭିଡ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ଦଳ । ଭୁବନେଶ୍ବର ଅସ୍ମିତାର ପ୍ରତୀକ ମାଷ୍ଟର କ୍ୟାଣ୍ଟିନ ଘୋଡ଼ାକୁ ଉଠାଇବା ବା ସ୍ଥାନାନ୍ତରିତ କରିବା ପାଇଁ ସରକାର ସ୍ଥିର କରିଥିଲେ । ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା ।

ଆଗାମୀ ଦିନରେ ଯଦି ପୁଣି ଘୋଡ଼ାକୁ ଉଠାଇବା ପାଇଁ ସରକାର ଅପଚେଷ୍ଟା କରନ୍ତି । ତେବେ ବିଜେପି ପ୍ରତିବାଦକୁ ଜୋରଦାର କରିବ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି । ଏହାସହ ସାଙ୍ଗଠନିକ ଦୃଷ୍ଟିରୁ ଜିଲ୍ଲାରେ ଦଳର ସଙ୍ଗଠନକୁ କିପରି ଆହୁରି ମଜବୁତ କରାଯାଇପାରିବ ଏବଂ 21 ବର୍ଷର କୁଶାସନ ବିରୋଧରେ ଆନ୍ଦୋଳନକୁ ଆହୁରି ଶାଣିତ କରାଯିବ ସେ ନେଇ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.