ETV Bharat / city

Barabati T20: ଖେଳାଳିଙ୍କ ସୁରକ୍ଷା ନେଇ DCPଙ୍କ ପତିକ୍ରିୟା

author img

By

Published : Jun 10, 2022, 4:59 PM IST

ବାରବାଟୀରେ ଆସନ୍ତା ୧୨ରେ ଖେଳାଯିବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା T20 ଦ୍ବିତୀୟ ମ୍ୟାଚ୍‌ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି । ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର DCP । ଅଧିକ ପଢନ୍ତୁ

Barabati Fight: ଖେଳାଳିଙ୍କ ସୁରକ୍ଷା ନେଇ DCPଙ୍କ ପତିକ୍ରିୟା

କଟକ: ଆସନ୍ତା ୧୨ରେ ବାରବାଟୀରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା T20ର ଦ୍ବିତୀୟ ମ୍ୟାଚ । ଏହାପୂର୍ବରୁ ଆଜି(ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ଭୁବନେଶ୍ବର ସ୍ଥିତ ମେଫେୟାର ହୋଟେଲରେ ଖେଳାଳିଙ୍କ ରହଣିର ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରୁ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଭୁବନେଶ୍ବର DCP ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି ଯେ, "ଏୟାରପୋର୍ଟ କତ୍ତୃପକ୍ଷ ଓ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ଖେଳାଳିମାନେ ଯିବାଆସିବା ବାଟରେ ଯେଭଳି କୌଣସି କିଛି ଅଘଟଣ ନ ଘଟେ ସେନେଇ ବ୍ୟବସ୍ଥା କରାଯାଇଛି । ଭିଡ଼କୁ କମାଇବା ପାଇଁ ପ୍ଲାନ ପ୍ରସ୍ତୁତ କରାଯାଇଛି । ହୋଟେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ରୁମକୁ ସାନିଟାଇଜ କରାଯାଇଛି । ଯଦି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ପଡେ ତେବେ ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।"

ସୂଚନା ଅନୁସାରେ, ବାରବାଟୀ ଫାଇଟ ପାଇଁ ଆସନ୍ତାକାଲି ଦୁଇ ଟିମ ଷ୍ଟାଡିୟମରେ ଅଭ୍ୟାସ କରିପାରନ୍ତି । ଫଳରେ ଖେଳାଳିଙ୍କୁ ଭୁବନେଶ୍ବରରୁ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ନେବା ସମୟରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସମୟରେ କଟକ-ଭୁବନେଶ୍ୱର ରାସ୍ତାରେ ଟ୍ରାଫିକ୍‌ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.