ETV Bharat / city

ଭରସା ହରାଉଛି କମିଶନରେଟ ପୋଲିସ: ଆଦିବାସୀ ମହାସଙ୍ଘଙ୍କ ଡିସିପି ଅଫିସ ଘେରାଉ

author img

By

Published : Jan 14, 2020, 6:46 PM IST

କମିଶନରେଟ ପୋଲିସ ବିରୋଧରେ ଦଳିତ ଆଦିବାସୀ ମହାସଙ୍ଘଙ୍କ ବିକ୍ଷୋଭ ପ୍ରଦର୍ଶନ । ଦଳିତ ଆଦିବାସୀଙ୍କ ଅଭିଯୋଗ ଶୁଣି ମଧ୍ୟ ପୋଲିସ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଫଳରେ ଏହାର ପ୍ରତିବାଦ କରି ଡିସିପି ଅଫିସ ଘେରାଉ ସହ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

dcp ofc gherao
ଆଦିବାସୀ ମହାସଙ୍ଘଙ୍କ ଡିସିପି ଅଫିସ ଘେରାଉ

ଭୁବନେଶ୍ବର: କମିଶନରେଟ ପୋଲିସ ବିରୋଧରେ ବିକ୍ଷୋଭ । ଡିସିପି ଅଫିସ ଘେରିଲେ ଦଳିତ ଆଦିବାସୀ ମହାସଙ୍ଘ । ବାଲିଅନ୍ତା ଓ ବାଲିପାଟଣା ସହ ଧଉଳି ଥାନାରେ ଦଳିତ ପରିବାରଙ୍କୁ ଅଣଦେଖା ଅଭିଯୋଗରେ ଗର୍ଜିଛନ୍ତି ଶହଶହ ଦଳିତ ପରିବାର । ଏନେଇ ଡିସିପି ଅଫିସ ଘେରାଉ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ କମିଶନର କାର୍ଯ୍ୟାଳୟ ଘେରାଉ କରିବାର ମଧ୍ୟ ଧମକ ଦେଇଛନ୍ତି ।

ଆଦିବାସୀ ମହାସଙ୍ଘଙ୍କ ଡିସିପି ଅଫିସ ଘେରାଉ

ଗତକିଛି ଦିନ ପୂର୍ବରୁ ବାଲିଅନ୍ତା ଥାନାରେ ଟିକିନା ଘଡେଇ ଦଳିତ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ବାଲିପାଟଣା ଥାନାରେ କାବେରୀ ନାମକ ମହିଳା ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ପୂର୍ବ ଶତୃତାକୁ ନେଇ ଧଉଳି ଥାନାରେ ଅଭିଯୋଗ ଆଣିଥିଲେ କୈଳାଶ ବେହେରା । ହେଲେ ଏହି ତିନୋଟି ଯାକ ମାମଲାର 48 ଘଣ୍ଟା ବିତିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଯାହାକୁ ନେଇ ଚନ୍ଦ୍ରଶେଖରପୁର ଥାନା ଘେରାଉ କରିଛନ୍ତି ମହିଳା । ଟିଣ୍ଡର ଆପରେ ଲଭ ପରେ ସେକ୍ସ ଓ ବ୍ଲାକମେଲ ନେଇ ଜଣେ ବ୍ୟାଙ୍କ ମ୍ୟାନେଜର ସୁନୀଲ ମିଶ୍ରଙ୍କୁ ଗିରଫ କରିଥିବାବେଳେ, ଯୁବତୀଙ୍କୁ ଛାଡିଦେବା ନେଇ ପୋଲିସ ବିରୋଧରେ ଗର୍ଜିଛନ୍ତି । ଏପରିକି ପ୍ରଥମେ ବ୍ଲାକମେଲ ଓ ଅପହରଣ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିବା ବି ଅଭିଯୋଗକାରୀ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହେଲେ ଅଭିଯୋଗ ହୋଇଥିବା ଯୁବତୀଙ୍କୁ ଛାଡିଦେବା ନେଇ ଥାନା ସମ୍ମୁଖରେ ଥାନା ଅଧିକାରୀଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଋଣହୁଙ୍କାର ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:
କମିସନରେଟ ପୋଲିସ ବିରୋଧରେ ବିକ୍ଷୋଭ।ଡିସିପି ଅଫିସ ଘେରିଲେ ଦଳିତ ଆଦିବାସି ମହାସଙ୍ଘ।ବାଲିଅନ୍ତା ଓ ବାଲିପାଟଣା ସହ ଧଉଳି ଥାନାରେ ଦଳିତ ପରିବାରର ଅଭିଯୋଗ ଅଣଦେଖା ଅଭିଯୋଗରେ ଗର୍ଜିଛନ୍ତି ଶହ ଶହ ଦଳିତ ପରିବାର।ଏନେଇ ଡିସିପି ଅଫିସ ଘେରାଉ ସହ ତୁରନ୍ତ କାର୍ଯାନୁଷ୍ଠାନ ନହେଲେ କମିସନର କାର୍ଯାଳୟ ଘେରାଉ କରିବାର ଦେଇଛନ୍ତି ଧମକ।ତେବେ ସୁଚନା ମୁତାବକ ବାଲିଅନ୍ତା ଥାନାରେ ଟିକିନା ଘଡେଇ ଦଳିତମହିଳା ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ସେହିପରି ବାଲିପାଟଣା ଥାନାରେ କାବେରି ନାମକ ମହିଳା ଅସଦାଚରଣ ହୋଇଥିବା ଅଭିଯୋଗ କରିଥିଲେ ଅନ୍ଯପଟେ ଧଉଳି ଥାନାରେ କୈଳାସ ବେହେରା ପୁର୍ବଶତୃତା ନେଇ ଅଭିଯୋଗ କରିଥିଲେ।ହେଲେ ତିନୋଟି ମାମଲାର ୪୮ ଘଣ୍ଟା ବିତିଥିଲେ ବି ପୋଲିସ କୌଣସି କାର୍ଯାନୁଷ୍ଠାନ ନେଇନାହିଁ।

ସେପଟେ ଚନ୍ଦ୍ରଶେଖରପୁର ଥାନା ମଧ୍ଯ ଘେରାଉ କରିଛନ୍ତି ମହିଳା।ଟିଣ୍ଡର ଆପରେ ଲଭ ପରେ ସେକ୍ସ ଓ ବ୍ଲାକମେଲ ନେଇ ଜଣେ ବ୍ଯାଙ୍କ ମାନେଜର ସୁନିଲ ମିଶ୍ରକୁ ଗିରଫ କରିଥିବା ବେଳେ ଯୁବତିକୁ ଛାଡିଦେବା ନେଇ ପୋଲିସ ବିରୋଧରେ ଗର୍ଜିଛନ୍ତି।ଏପରିକି ପ୍ରଥମେ ବ୍ଲାକମେଲ ଓ ଅପହରଣ ଅଭିଯୋଗ ଆଣି ଥାନାର ଦ୍ବାରସ୍ତ ହୋଇଥିଲେ ବି ଅଭିଯୋଗକାରି ସୁନିଲକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ହେଲେ ଅଭିଯୋଗ ହୋଇଥିବା ଯୁବତିକୁ ଛାଡିଦେବା ନେଇ ଥାନା ସମ୍ମୁଖରେ ଥାନା ଅଧିକାରିଙ୍କ କାର୍ଯକଳାପ ସଂଦେହ କରି ରଣହଙ୍କାର ଦେଇଛନ୍ତି।Conclusion:ବାଇଟ-ଲିଟୁ ଦାସ,ରାଜ୍ଯ ସଭାପତି,ଦଳିତ ଆଦିବାସି ମହାସଙ୍ଘ
ବାଇଟ-ସସ୍ମିତା ଦାସ,ସମାଜସେବୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.