ETV Bharat / city

ନବୀନଙ୍କ ସ୍ବାଗତ ପାଇଁ ଏୟାରପୋର୍ଟରେ ବିଶାଳ ସମାଗମ, ୩ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ଯାତ୍ରୀଙ୍କୁ ନିର୍ଦ୍ଦେଶ - ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ

ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ପାଇ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ବିମାନବନ୍ଦରରେ ହୋଇପାରେ ଭିଡ। ଏଥିପାଇ ଭୁବନେଶ୍ବର ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ନିର୍ଦ୍ଦେଶ ଆସିଛି । ଅଧିକ ପଢନ୍ତୁ

ନବୀନଙ୍କ ସ୍ବାଗତ ପାଇଁ ଏୟାରପୋର୍ଟରେ ବିଶାଳ ସମାଗମ, ୩ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ଯାତ୍ରୀଙ୍କୁ ନିର୍ଦ୍ଦେଶ

author img

By

Published : Sep 5, 2022, 4:30 PM IST

Updated : Sep 5, 2022, 5:22 PM IST

ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ସମ୍ମାନରେ(Lifetime Achievement Award) ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରୁଥିବାବେଳେ, ତାଙ୍କୁ ସ୍ବାଗତ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସମର୍ଥକଙ୍କ ପ୍ରବଳ ଭିଡ଼଼ ଜମିବ । ତେବେ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀଙ୍କୁ ୩ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

3 ଘଣ୍ଟା ପୁର୍ବରୁ ବିମାନବନ୍ଦରରେ ପହଞ୍ଚନ୍ତୁ,ବିମାନ ଯାତ୍ରୀଙ୍କୁ ପୋଲିସର ନିବେଦନ

ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ଲାଗି ଆସନ୍ତାକାଲି (ମଙ୍ଗଳବାର) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଜମିବାକୁ ଯାଉଛି । ସେଠାରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିବ । ତେବେ ବିମାନ ଯାତ୍ରୀମାନେ ନିଜ ଫ୍ଲାଇଟ ସମୟର ୩ ଘଣ୍ଟା ପୂର୍ବରୁ ବିମାବନ୍ଦରରେ ପହଞ୍ଚିବାକୁ ଅନୁରୋଧ ।"

ଗତ ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି(Capital Foundation Society) ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଠାରୁ ନବୀନ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିଥିଲେ ।

ଏହା ବି ପଢନ୍ତୁ- ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ

ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରରେ ନବୀନଙ୍କୁ ସ୍ବାଗତ କରିବା ଆଳରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ।

ଖାଲି ଭୁବନେଶ୍ବରରେ ନୁହେଁ, ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ୫ ହଜାର ଲୋକଙ୍କୁ ନେଇ ନବୀନଙ୍କୁ ସମ୍ବର୍ଦ୍ଧିତ ଆଳରେ ଶକ୍ତି ପ୍ରଦର୍ଶନ କରି କେନ୍ଦ୍ରୀୟ ବିଜେପିକୁ କଡା ବାର୍ତ୍ତା ଦେବାକୁ ପ୍ରୟାସ କରିଛି ବିଜେଡି । ଏଥିପାଇଁ ସାଂସଦ, ବିଧାୟକ ଓ ଦଳର ଯୁବ, ଛାତ୍ର, ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 5, 2022, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.