ଭୁବନେଶ୍ବର: ବଡଗଡ ଥାନା ହାଜତ ମୃତ୍ୟୁ ଘଟଣାରୁ ମିଳିଛି ଆଉ ଗୋଟିଏ ସସପେନ୍ସ । ଦେବେନ୍ଦ୍ର ସାହୁ ବୋଲି ଦାବି କରୁଥିବା ପତ୍ନୀ ବନିତା ଚୌଧୁରୀଙ୍କ ସାମ୍ନାକୁ ଆସିଛନ୍ତି ଆଉ ଜଣେ ପତ୍ନୀ ଯେକି ତାଙ୍କର ପ୍ରଥମ ପତ୍ନୀ ବୋଲି ଜଣାପଡିଛି । ସେ ନିଜକୁ ମନୋରମା ସାହୁ ପରିଚୟ ଦେଇ ତାଙ୍କ ସ୍ବାମୀ ପ୍ରଦୀପ ସାହୁ ବୋଲି ସ୍ପଷ୍ଟ କରିଛନ୍ତି । ଯାହାକି ପୋଲିସ ଦେଇଥିବା ପରିଚୟ ସହ ମେଳ ଖାଉଛି ।
ତେବେ ଗୋଟିଏ ବ୍ୟକ୍ତି ପ୍ରଥମ ବିବାହର ପରିଚୟ ଲୁଚାଇ ଦ୍ବିତୀୟ ବିବାହ କରିଥିବା ଜଣାପଡିଛି । ତେବେ ବ୍ୟକ୍ତି ଗୋଟିଏ ନା ଦୁଇଟି ବୋଲି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିଥିବା ବେଳେ ଏବେ ହାଜତ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି ।
ହାଜତରେ ହୋଇଥିବା ମୃତ୍ୟୁର ସିସିଟିଭି କାହିଁକି ଜାରି କରୁନି ପୋଲିସ ? ଯଦି ମୃତ୍ୟୁ ହାଜତରେ ହୋଇନାହିଁ ତେବେ ସିସିଟିଭି କାହିଁକି ଦେଖାଇଦିଆଯାଉ ନାହିଁ । ଏନେଇ ପୋଲିସର ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ