ETV Bharat / city

ସାଇବର ଠକେଇ ସଚେତନତା ପାଇଁ ନୂଆ ପ୍ରୟାସ, କ୍ରାଇମବ୍ରାଞ୍ଚ ଜାରି କଲା କ୍ଷୁଦ୍ର ସିନେମା - କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଚେତନ କରିବ କ୍ରାଇମବ୍ରାଞ୍ଚ

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ଏଥିରୁ ବର୍ତ୍ତବା ପାଇଁ ନୂଆ ପଦକ୍ଷେପ ଆପଣାଇଛି କ୍ରାଇମବ୍ରାଞ୍ଚ । କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଚେତନ କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ସାଇବର ଠକେଇ ସଚେତନତା ପାଇଁ ନୂଆ ପ୍ରୟାସ, କ୍ରାଇମବ୍ରାଞ୍ଚ ଜାରି କଲା କ୍ଷୁଦ୍ର ସିନେମା

author img

By

Published : Apr 20, 2022, 1:00 PM IST

Updated : Apr 20, 2022, 2:11 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ଏଥିରୁ ବର୍ତ୍ତବା ପାଇଁ ନୂଆ ପଦକ୍ଷେପ ଆପଣାଇଛି କ୍ରାଇମବ୍ରାଞ୍ଚ । କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଚେତନ କରିବ କ୍ରାଇମବ୍ରାଞ୍ଚ । ଉନ୍ମୋଚନ କଲେ କ୍ରାଇମବ୍ରାଞ୍ଚ ଏଡିଜି ସଜୀବ ପଣ୍ଡା ସହ କ୍ରାଇମବ୍ରାଞ୍ଚ ଆଇଜି ଓ ଡିଆଇଜି ସହ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା । ହିରୋ ଓ ହିରୋଇନ ଜରିଆରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବାକୁ ପ୍ରୟାସ କରିବ କ୍ରାଇମବ୍ରାଞ୍ଚ ।

ସାଇବର ଠକେଇ ସଚେତନତା ପାଇଁ ନୂଆ ପ୍ରୟାସ, କ୍ରାଇମବ୍ରାଞ୍ଚ ଜାରି କଲା କ୍ଷୁଦ୍ର ସିନେମା
ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଜୀବ ପଣ୍ଡା କହିଛନ୍ତି ଯେ, ଏହା ଏକ ମାଧ୍ୟମ ଯାହା ଜରିଆରେ ଲୋକଙ୍କୁ ସଚେତନ କରିହେବ । ଫଳରେ ଠକଙ୍କ ତରିକା ଓ ଠକାମି ହେବା ପୁର୍ବରୁ ଅନ୍ତଃତ ଠକଙ୍କ ସମ୍ପର୍କରେ ଜାଣିହେବ ସେମାନଙ୍କ ଠକାମୀର ଚାଲ । ଯାହାକୁ ନେଇ ସବ୍ୟସାଚିଙ୍କୁ ବ୍ରାଣ୍ଡ ଆମ୍ବାସାଡର ନେଇ ଏକ ସିରିଜ ଆରମ୍ଭ କରିଛୁ । ଏଥିପାଇଁ ୧୪ଟି ସାଇବର ଥାନା କାମ କରୁଛି। ତେବେ ଇନଭେଷ୍ଟିଗେସନ ପୂର୍ବରୁ ଲୋକଙ୍କୁ ସଚେତନତା ହେଉଛି ମୁଖ୍ୟ ଆଶା । ଆହୁରି ମଧ୍ୟ କହିଛନ୍ତି ଯେ, ଯେହେତୁ ବଡବଡ ଲୋକଙ୍କର ପରିଚିତ ଲୋକଙ୍କର ଫଟୋ ଦେଇ ଏବେ ସେମାନେ ଠକେଇ ପାଇ ମେସେଜ ପଠାଉଛନ୍ତି । ନିଜ ଲୋକ ଭାବି ଗିଫ୍ଟ କାର୍ଡ ଓ ପଇସା ଦେଇଦେଉଛନ୍ତି । ସେଥିପାଇ ଠକାମୀ ପୂର୍ବରୁ ଏସବୁ ଭିଡିଓ ଲୋକଙ୍କୁ ସଚେତନ କରିହେବ ।

ସେହିପରି ଅଭିନେତା ସବ୍ୟସାଚୀ କହିଛନ୍ତି ଯେ, ନ୍ୟୁଜ ମାଧ୍ୟମରେ ଦେଖୁଛୁ ଠକାମୀ ସମ୍ପର୍କରେ । ତଥାପି ଠକକୁ ରୋକିବା ହାତରେ ନାହିଁ । ଅନେକ ଲୋକ ଠକେଇ ଶିକାର ପରେ ସୋସିଆଲ ମିଡିଆରେ ମତାମତ ଦିଅନ୍ତି ଯାହାକୁ ଦେଖି ଦୁଃଖ ଲାଗେ ତଥାପି ସଜାଗ ରୁହନ୍ତୁ । ପଇସା ମାଗୁଥିବା ଲୋକ ସମ୍ପର୍କରେ ପ୍ରଥମେ ଯାଞ୍ଚ କରନ୍ତୁ । କାରଣ ଠକାମୀ ପରେ ରିଭର୍ସ କରିବା ସମ୍ଭବ ନଥାଏ । ବିଗିଡି ଯାଇଥିବା ସାଇବର ଠକ ପିଲାଙ୍କୁ ଚେକ ଦେବାକୁ ଏହା ଏକ ପ୍ରୟାସ ।

ଅନ୍ୟପଟେ ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି ଯେ, ଠକାମୀରେ ପଡୁଥିବା ଲୋକକୁ ବଞ୍ଚାପାରିବା । ସାହାଯ୍ୟ କରିବା ଭାବି ସାଇବର‌ ଠକଙ୍କ ମେସେଜ ଦେଖି ଚାରିଥର ଭାବିବା କଲ କରିବା ଯାଞ୍ଚକରି ସତ ଜାଣିବା । ଓଟିପି କୋର୍ଡ ପାସଓ୍ବାର୍ଡକୁ ଅଲଗା ନାରେ ପଚାରିଲେ ମଧ୍ୟ କାହାକୁ ସେୟାର‌ କରିବାନି କି ଠକାମୀର ଶିକାର ହେବାନି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 20, 2022, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.