ETV Bharat / city

ରାଜଧାନୀରେ ନୂଆ 64 ପଜିଟିଭ୍‌, ସୁସ୍ଥ ଠୁ ବଳିଲା ଆକ୍ରାନ୍ତ ସଂଖ୍ୟା - ନୂଆ ପଜିଟିଭ୍

ଏମାନଙ୍କ ମଧ୍ୟରୁ 36ଟି କେସ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 28ଟି ଲୋକାଲ କେସ ରହିଛି ।

bhubaneswar-corona-update
ରାଜଧାନୀରେ ନୂଆ 64 ପଜିଟିଭ୍‌, ସୁସ୍ଥଠୁ ବଳି ଗଲା ଆକ୍ରାନ୍ତ ସଂଖ୍ୟା
author img

By

Published : Jul 12, 2020, 5:50 PM IST

ଭୁବନେଶ୍ବର: ଗୋଷ୍ଠୀ ସଂକ୍ରମଣ ମୁହାଁ ରାଜଧାନୀ । ଦିନକୁ ଦିନ ବଢିବାରେ ଲାଗିଛି ପଜିଟିଭ୍‌ । ତେବେ ଆଜି ରାଜଧାନୀରେ 64 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 36ଟି କେସ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 28ଟି ଲୋକାଲ କେସ ରହିଛି ।

ତେବେ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଉକ୍ତ 36 ଜଣଙ୍କ ମଧ୍ୟରୁ ଲୁଇସ ରୋଡ଼ ସ୍ଥିତ ଅରବିନ୍ଦ କଲୋନୀ ଓ କଳିଙ୍ଗ ବିହାରରୁ ଜଣେ ଲେଖାଏଁ, ଲକ୍ଷ୍ମୀ ସାଗର ଅଞ୍ଚଳରୁ 9 ଜଣ, କେଶରୀ ନଗର ବସ୍ତି, ସତ୍ୟନଗର, ବରମୁଣ୍ଡା, ଫାୟାର ଷ୍ଟେସନ, ମଞ୍ଚେଶ୍ୱର, ଆଚାର୍ଯ୍ୟ ବିହାର, ସାଳିଆ ସାହି ଅଞ୍ଚଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାପାଲ୍ଲୀ ଓ ସ୍ଥାନୀୟ ସରକାରୀ ହସ୍ପିଟାଲରୁ 2 ଜଣ ଲେଖାଏଁ, ଜଣେ ଚନ୍ଦ୍ରଶେଖରପୁର, 7 ଜଣ ବ୍ରହ୍ମେଶ୍ୱର ପାଟଣା ଓ ଚକେଇସିଆଣି ବସ୍ତି ଏବଂ ନିଳାଦ୍ରୀବିହାର ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

bhubaneswar-corona-update
ରାଜଧାନୀରେ ନୂଆ 64 ପଜିଟିଭ୍‌, ସୁସ୍ଥଠୁ ବଳି ଗଲା ଆକ୍ରାନ୍ତ ସଂଖ୍ୟା

ସେହିପରି ସ୍ଥାନୀୟ ସଂକ୍ରମଣ 28ଜଣଙ୍କ ମଧ୍ୟରୁ ଭୀମଟାଙ୍ଗିରୁ ଜଣେ, ଲକ୍ଷ୍ମୀସାଗର ବସ୍ତିରୁ 2 ଜଣ, ସାଲିଆସାହିରୁ 7ଜଣ, ଚକେସିଆଣି ଅଞ୍ଚଳରୁ ଓ ଭୋଇ ନଗର ଅଞ୍ଚଳରୁ ଜଣେ ଲେଖାଏଁ, 2 ଜଣ ସତ୍ୟନଗର ଅଞ୍ଚଳରୁ , ଭୋଇ ନଗର, କଳିଙ୍ଗ ନଗର, ପୋଖରିପୁଟରୁ ଜଣେ ଲେଖାଏଁ, ଡୁମଡୁମାରୁ 4, ମଞ୍ଚେଶ୍ୱରରୁ 2 , ଆଚାର୍ଯ୍ୟ ବିହାରରୁ ଓ ନୀଳାଦ୍ରି ବିହାରରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ରାଜଧାନୀରେ 13 ଜଣ ସୁସ୍ଥ ହୋଇଛନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜ୍ୟରେ ସୁସ୍ଥ ଓ ଆକ୍ରାନ୍ତ ଟାଲିର ବିପାରିତ ଗତିରେ ରାଜଧାନୀରେ କୋରୋନା ଗ୍ରାଫ । ରାଜଧାନୀରେ ସୁସ୍ଥ ସଂଖ୍ୟାଠାରୁ ବଳି ଗଲାଣି ସକ୍ରିୟ ଆକ୍ରନ୍ତଙ୍କ ସଂଖ୍ୟା । ତେବେ ବର୍ତ୍ତମାନ ରାଜଧାନୀରେ 704 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 327ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏବେବି ରାଜଧାନୀରେ 368ଟି ସକ୍ରିୟ ମାମଲା ରହିଛି । ସେପଟେ ରାଜଧାନୀରେ 8ଟି କୋରୋନା ମୃତ୍ୟୁ ହୋଇସାରିଲାଣି ।

ତେବେ ନୂଆ ଆକ୍ରାନ୍ତ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.