ଭୁବନେଶ୍ବର: ଆକ୍ସନ ମୋଡରେ ପୁଣି କମିଶନରେଟ ପୋଲିସ୍ । ଅପରାଧ ଓ ଅପରାଧୀଙ୍କୁ ଧରିବା ଲାଗି ପୋଲିସ ଭୁବନେଶ୍ବର କମିଶନରେଟ ପୋଲିସ ଚଳାଇଛି ସ୍ବତନ୍ତ୍ର ଅଭିଯାନ । ତେବେ ଆଜି( ଗୁରୁବାର) କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ବରର ବିିଭିନ୍ନ ସ୍ଥାନରେ ରେଡ୍ କରିଛି । ସୂଚନା ଅନୁସାରେ, ହାର୍ଡକୋର କ୍ରିମିନାଲ ରାଜେଶ ମହାପାତ୍ର ଘରେ କମିଶନରେଟ ପୋଲିସର ଏକ ଟିମ୍ ମେଟାଲ ଡିଟେକ୍ଟର ସାହାଯ୍ୟରେ ଚଢାଉ କରିଛନ୍ତି । ତେବେ ଆଜି(ଗୁରୁବାର) କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ରାଜେଶର ଘର ଓ ବସ୍ତିରେ ଏହି ରେଡ କରିଛି ପୋଲିସ୍ । ରାଜେଶ ଘର ଆଜବେଷ୍ଟସ ଭାଙ୍ଗି ଖାନତଲାସି କରିଛି ପୋଲିସ ।
ସେହିଭଳି ୨୦ଟି କେସରେ ମୋଷ୍ଟ ୱାଣ୍ଟେଡ୍ ଥିବା ତଥା କମିସନରେଟ ପୋଲିସକୁ ନାକେଦମ କରାଇଥିବା ଏହି କ୍ରିମିନାଲ ଘରେ ପୋଲିସ ଖାନତଲାସି କରିଛି । ଏଥିସହ କିଛି ମାରଣାସ୍ତ୍ର ସହ ନକଲି ବନ୍ଧୁକ ଜବତ କରିଛି । ତେବେ ରାଜେଶ ମହାପାତ୍ର ନାଁରେ ପୁର୍ବରୁ ଗଙ୍ଗନଗରରେ ଜଣକୁ ମରଣାନ୍ତକ ଆକ୍ରମଣ ମାମଲା ରହିଥିବା ବେଳେ ୟୁନିଟ-୮ ରେ ବୋମା ମାଡ ସହ ଅନେକ ଚେନ ସ୍ନାଚିଂ କେସ ରହିଛି । ଅନ୍ୟପଟେ ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧରେ ସାମିଲ ଥିବା ମାମଲା ରହିଛି । ଏନେଇ କମିଶନରେଟ ପୋଲିସର ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଛି । ଏହି ଗୋଟିଏ ୟୁନିଟ ଫୋର୍ସ ସହିତ ପୋଲିସ ଅଧିକାରୀ ପିଚୁପଡା ବସ୍ତିରେ ଥିବା ଘରେ ମାରଣାସ୍ତ୍ର ଓ ବନ୍ଧୁକ ଖୋଜୁଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ