ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରା । ମନ୍ଦିର ଆଗରେ ଅଙ୍କା ଯିବ ବିଶାଳ ଝୋଟି । ସେହିପରି ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ରାତି ପାହିଲେ ମହାପ୍ରଭୁ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ସୁରୁଖୁରୁରେ ସମ୍ପନ୍ନ ପାଇଁ ପ୍ରୟାସ ଜାରି । ଏନେଇ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ।
ତେବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ମନ୍ଦିରର ୧୦୦ ମିଟର ପରିସୀମାରୁ ମନ୍ଦିର ପର୍ଯ୍ୟନ୍ତ ଗାଡିକୁ ଯିବାକୁ ଅନୁମତି ନାହିଁ । ସେହିପରି ପାର୍କିଂ ପାଇଁ ଲିଙ୍ଗରାଜଙ୍କ ମାର୍କେଟ କମ୍ଲେକ୍ସ ଓ ବ୍ଲଡ ବ୍ୟାଙ୍କ ପାଖରେ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ଦର୍ଶନ ଲାଗି ଡବଲ ଲାଇନ ବାରିକେଡି କରାଯାଇଛି ।
ଅନ୍ୟପଟେ ମନ୍ଦିର ବାହାରେ ଭିତରେ ଫଳରେ ଦୀର୍ଘ ସମୟ ଧରି ଲାଇନରେ ରହିବେନି ଭକ୍ତ । ଏଥିସହ ପୋଲିସ ପରିଚାଳନା ନେଇ ଦକ୍ଷିଣ ଦ୍ବାରରେ ପୋଲିସ କ୍ୟାମ୍ପ ସହ ବଢେଇବାଙ୍କ ଛକରୁ ଗାଡି ପ୍ରବେଶ କଟକଣା, ଅନନ୍ତ ବାସୁଦେବ ମନ୍ଦିର ଏବଂ ବିଏମସି ହସ୍ପିଟାଲ ପର୍ଯନ୍ତ କଟକଣା ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ