ETV Bharat / city

Bhubaneswar Club Election: କିଏ ହେବେ ଭୁବନେଶ୍ୱର କ୍ଲବ୍‌ର ନୂଆ ବସ୍‌ ? ମୁହାଁମୁହିଁ ଅସିତ ଓ ସତ୍ୟପ୍ରକାଶ - ଭୁବନେଶ୍ବର କ୍ଲବ୍‌ରେ ସତ୍ୟପ୍ରକାଶ ନନ୍ଦ

ବଛା ହେବେ ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ ଭୁବନେଶ୍ବର କ୍ଲବର ନୂଆ ସଭାପତି (Bhubaneswar club election)। ଏନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ନିର୍ବାଚନରେ ମୁହାଁମୁହିଁ ହେଉଛନ୍ତି ଅବସରପ୍ରାପ୍ତ ଟପ୍‌ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ ।

Bhubaneswar club chairmen election to be held on September 24
କିଏ ହେବ ଭୁବନେଶ୍ବର କ୍ଲବ୍‌ର ନୂଆ ବସ୍‌ ? ମୁହାଁମୁହିଁ ଅସିତ ଓ ସତ୍ୟପ୍ରକାଶ
author img

By

Published : Sep 21, 2022, 9:55 PM IST

ଭୁବନେଶ୍ବର: ପୁଣି ଥରେ ରାଜଧାନୀ ଭୁବନେଶ୍ବର ଦେଖିବ ସମ୍ଭ୍ରାନ୍ତଙ୍କ କ୍ଳବ୍‌ର ମହାଲଢ଼େଇ । ରାଜ୍ୟର ସବୁଠୁ ନାମୀଦାମୀ କ୍ଲବର ନୂଆ ସଭାପତି ବଛା ହେବେ (Bhubaneswar club election)। ଆସନ୍ତା 24 ତାରିଖରେ ହେବ ହାଇପ୍ରୋଫାଇଲ ଭୁବନେଶ୍ବର କ୍ଲବର ମତଦାନ । ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ପୂର୍ବତନ ଉନ୍ନୟନ କମିଶନର ତଥା ଓଇଆରସି ଅଧ୍ୟକ୍ଷ ସତ୍ୟପ୍ରକାଶ ନନ୍ଦ । ଏଥର ଅସିତଙ୍କ ପ୍ୟାନେଲ ସହ ସତ୍ୟପ୍ରକାଶଙ୍କ ଟିମ୍‌ ମୁହାଁମୁହିଁ ହେବ ।

Bhubaneswar club chairmen election to be held on September 24
କିଏ ହେବ ଭୁବନେଶ୍ବର କ୍ଲବ୍‌ର ନୂଆ ବସ୍‌ ? ମୁହାଁମୁହିଁ ଅସିତ ଓ ସତ୍ୟପ୍ରକାଶ

ଅସିତଙ୍କ ଟିମ୍‌ର ସ୍ଲୋଗାନ୍‌ ରହିଛି, କ୍ଳବର ଟ୍ରାନ୍ସଫର୍ମମେସନ ବା ରୂପାନ୍ତରଣକୁ ଜାରି ରଖିବା । ଅସିତ କ୍ଲବର ସଭାପତି ଦାୟିତ୍ଵ ନେବା ପରେ କ୍ଳବ୍‌ର ଚେହେରା ବଦଳିଛି । କ୍ଲବ୍‌ର ଭିତ୍ତିଭୂମିକୁ ନୂଆ ରୂପ ଦିଆଯାଇଛି । ଏହି ରୂପାନ୍ତରଣ ଜାରି ରହିବ ବୋଲି ନାରା ଦେଇ ଅସିତଙ୍କ ଟିମ୍‌ ଭୋଟ ମାଗୁଛି ।

ସେପଟେ ସତ୍ୟପ୍ରକାଶ ଟିମ୍‌ର ନାରା ଅଛି, ଆସ କ୍ଲବକୁ ବଞ୍ଚାଇବା । ପରିବର୍ତ୍ତନ ପାଇଁ ମତଦାନ କରନ୍ତୁ , କ୍ଲବ୍‌ର ଗୌରବ ଅକ୍ଷୁର୍ଣ୍ଣ ରହୁ ବୋଲି କହି ସେମାନେ ସମର୍ଥନ ମାଗୁଛନ୍ତି । ଅସିତ୍‌ଙ୍କ ଟିମ୍‌ରେ ଉପସଭାପତି ପଦ ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଓ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ଟିମ୍‌ ବିପକ୍ଷରେ ଉପସଭାପତି ପ୍ରାର୍ଥୀ ହୋଇଛନ୍ତି ତାପେସ ରାୟ, ସମ୍ପାଦକ ପ୍ରାର୍ଥୀ ହୋଇଛନ୍ତି ମାନସ ରଞ୍ଜନ ଦାସ । ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢ଼ୁଛନ୍ତି ଜ୍ୟୋତିର୍ମୟ ମହାନ୍ତି ।

ଗତ ବର୍ଷ ସେପ୍ଟେମ୍ବର ମାସରେ ହୋଇଥିବା ନିର୍ବାଚନରେ ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀର ସଭାପତି ହୋଇଥିଲେ ଅସିତ ତ୍ରିପାଠୀ । ଅନ୍ୟ ଜଣେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକକୁ 278 ଖଣ୍ଡ ଭୋଟରେ ପରାସ୍ତ କରି ଏହି ପ୍ରିମିୟମ କ୍ଳବ୍‌ର ସୁପ୍ରିମୋ ହୋଇଥିଲେ ଅସିତ୍‌ । ମୋଟ 1254 ଭୋଟ ମଧ୍ୟରୁ ଅସିତ୍‌ଙ୍କୁ 776 ଖଣ୍ଡ ଭୋଟ୍‌ ମିଳିଥିବାବେଳେ ବିଜୟଙ୍କୁ ମିଳିଛି 498 । ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଭୁବନେଶ୍ବର କ୍ଳବର ସଭାପତି ପଦବୀ ଖାଲି ପଡ଼ିଥିଲା ।

1949ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ୍‌ । 1950ରେ କ୍ଳବ୍‌ର ପ୍ରଥମ ସଭାପତି ହୋଇଥିଲେ ତତ୍କାଳୀନ ଖଲିକୋଟର ରାଜା । ସେହିଦିନଠାରୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପଦରେ ରହି ଆସିଥିଲେ । କିନ୍ତୁ 1964ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ପରେ ଏହି ପଦକୁ ଦଖଲରେ ନେଇଥିଲେ ଆଇଏଏସ ଅଫିସର । ସେବେଠାରୁ ଏହି କ୍ଳବ୍‌ ଆଇଏଏସଙ୍କ କବଜାରେ ରହିଛି । ଏହା ଆଇଏଏସ କ୍ଲବ୍‌ ଭାବେ ପରିଚିତ ଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ଏହାର ନାଁ ଭୁବନେଶ୍ବର କ୍ଲବ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.