ଭୁବନେଶ୍ୱର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କୋରୋନା। ଏନେଇ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି । ଲକ୍ଷଣ ଦେଖାଦେବା ପରେ ସେ ଟେଷ୍ଟ କରିଥିଲେ । ସେଥିରେ ପଜେଟିଭ ରିପୋର୍ଟ ଆସିଥିବା ସେ କହିଛନ୍ତି ।
ତେବେ ପଜେଟିଭ୍ ଆସିବା ପରେ ଅନନ୍ତ ନିଜ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି । ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଥାଉକି, ପୂର୍ବରୁ ରାଜ୍ୟର 3 ଜଣ ବିଧାୟକ କୋରୋନା ପଜେଟିଭ୍ ହୋଇଛନ୍ତି । ନୀଳଗିରି, ସାଲେପୁର ଓ ଖଣ୍ଡପଡାର ବିଧାୟକ କୋରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନୀଳଗିରି ଓ ସାଲେପୁର ବିଧାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ