ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ଅଜୟ କୁମାରଙ୍କ ଏହି ବିବାଦୀୟ ଅଶୋଭନୀୟ ମନ୍ତବ୍ୟକୁ ବିରୋଧ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି । ଦଳ ଏହାକୁ ବିରୋଧ କରିବା ସହ ଅଜୟ କୁମାର ଦେଇଥିବା ମନ୍ତବ୍ୟ ମହିଳା, ଆଦିବାସୀ ଏବଂ ଦଳିତ ସର୍ବୋପରି ଓଡିଆ ବିରୋଧୀ ବୋଲି କହିଛି ବିଜେପି ।
ଏହାକୁ ବିରୋଧ କରି ଆଜି ବିଜେପି ଭୁବନେଶ୍ବର ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ରାଲି ବାହାର କରି ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଂଗ୍ରେସର କ୍ଷମା ପ୍ରାର୍ଥନା ଦାବି କରିଛି ଦଳ ।
ଇଟିଭି ଭାରତ, ଭୁବନେଶ୍ବର