ETV Bharat / city

ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ର ପାଇଁ କଳା ଅଧ୍ୟାୟ: ବିଜେପି

author img

By

Published : Jun 25, 2022, 8:30 PM IST

Updated : Jun 25, 2022, 10:25 PM IST

ଭୁବନେଶ୍ବରରେ ଜରୁରୀକାଳୀନ ପରିସ୍ଥିତିକୁ ଅଗଣତାନ୍ତ୍ରିକ ଦର୍ଶାଇ କଳା ଦିବସ ପାଳନ କଲା ବିଜେପି । ୧୯୭୫ ମସିହା ଆଜିର ଦିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ଅଧିକ ପଢ଼ନ୍ତୁ

ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ର ପାଇଁ କଳା ଅଧ୍ୟାୟ: ବିଜେପି
ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ର ପାଇଁ କଳା ଅଧ୍ୟାୟ: ବିଜେପି

ଭୁବନେଶ୍ବର: ୧୯୭୫ ମସିହା ଆଜିର ଦିନରେ ଦେଶରେ ଘୋଷଣା ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଏହାକୁ ଅଗଣତାନ୍ତ୍ରିକ ଦର୍ଶାଇ ପ୍ରତିବର୍ଷ ଜୁନ ୨୫ରେ ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଉଛି । ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଛି ଦଳ ।

ଆଜିଠାରୁ ୪୭ବର୍ଷ ତଳେ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ସମ୍ବିଧାନର ଅପବ୍ୟବହାର କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି । ଆଜିର ଯୁବପିଢି଼ଙ୍କୁ ଏହି ଘଟଣା ସମ୍ପର୍କରେ ଜାଣିବାର ଆବଶ୍ୟକ ଥିବାରୁ ଦଳ ପ୍ରତିବର୍ଷ ଏହିଦିନକୁ କଳା ଦିବସ ରୂପେ ପାଳନ କରୁଛି ବୋଲି ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ ପ୍ରକାଶ କରିଛନ୍ତି । ତେବେ ସମ୍ବିଧାନ ବିରୋଧି କାର୍ଯ୍ୟକୁ ସବୁ ସ୍ତରରେ ବିରୋଧ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 25, 2022, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.