ETV Bharat / city

ରାଜଧାନୀରେ ଟୀକାକରଣ 10 ଲକ୍ଷ ପାର

author img

By

Published : Jun 15, 2021, 9:58 PM IST

ରାଜଧାନୀ ଭୁବନେଶ୍ବରରେ ଟୀକାକରଣ 10 ଲକ୍ଷ ଡୋଜ ପାର ହୋଇଥିବା ବିଏମସି ସୂଚନା ଦେଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ଟୀକାକରଣ 10 ଲକ୍ଷ ପାର
ରାଜଧାନୀରେ ଟୀକାକରଣ 10 ଲକ୍ଷ ପାର

ଭୁବନେଶ୍ବର: ରାଜଧାନୀରେ ସଂକ୍ରମଣକୁ ଚେନକୁ ରୋକିବା ପାଇଁ ଲଢେଇ ଜାରି ରଖିଛି ଭୁବନେଶ୍ବର ମହାନଗର ନିଗମ(BMC) । ଏଥିଲାଗି ଦ୍ରୁତ ଗତିରେ ସ୍ମାର୍ଟସିଟିରେ ଚାଲିଛି ଟୀକାକରଣ । ଏଯାବତ ଭୁବନେଶ୍ବରରେ 10 ଲକ୍ଷ ଡୋଜ ଟୀକାକରଣ ଶେଷ ହୋଇଥିବା ବିଏମସି ସୂଚନା ଦେଇଛି ।

ରାଜଧାନୀରେ କୋଭାକ୍ସିନ ଟିକା ୧୦ ଲକ୍ଷ ଡୋଜ ଦିଆସରିଛି । ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣକୁ ବ୍ୟାପକ କରିଛି ବିଏମସି । ସମାଜର ସବୁ ବର୍ଗର ଲୋକଙ୍କୁ ଟୀକାକରଣର ସୁବିଧା ଦିଆଯାଇଛି । ଯୁବବର୍ଗ ହୁଅନ୍ତୁ ବା ବରିଷ୍ଠ ନାଗରିକ, ସ୍ଲଟ ବୁକିଙ୍ଗ ମାଧ୍ୟମରେ ହେଉ ବା ଶଯ୍ୟାଶାୟୀ ଲୋକଙ୍କ ଘରେ ପହଂଚି ହେଉ ନଚେତ ଆପାର୍ଟମେଣ୍ଟରେ ବୟସ୍କଙ୍କୁ ଟିକା ପ୍ରଦାନ ହେଉ, ବିଏମସି କୋରୋନା ଯୁଦ୍ଧରେ ନିଜର ଚେଷ୍ଟା ଜାରି ରଖିଛି ।

ବସ୍ତି ବାସିନ୍ଦା, ପାରା ମିଲିଟାରୀ ଷ୍ଟାଫ, ସାମ୍ବାଦିକ, ବ୍ୟାଙ୍କ କର୍ମଚାରୀ, ନ୍ୟାୟାଳୟ ଷ୍ଟାଫ, IIT ଭୁବନେଶ୍ବରର ଛାତ୍ର, ଷ୍ଟାଫ, ଭିକ୍ଷୁକ କେନ୍ଦ୍ର, ସହରାଞ୍ଚଳ ବାସହୀନ, ହୋଟେଲ କର୍ମଚାରୀ, IT କର୍ମଚାରୀ, କିନ୍ନର, ଚାଟାର୍ଡ ଆକାଉଣ୍ଟ ସମାଜ, ଔଷଧ ବ୍ୟବସାୟୀ କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି । ଉଭୟ ସରକାରୀ ଓ ଘରୋଇ ଟୀକାକରଣ କେନ୍ଦ୍ରରେ ୬ ଲକ୍ଷ ୩୦ ହଜାର ୧୯୧ ଜଣ ନାଗରିକଙ୍କୁ ପ୍ରଥମ ଡୋଜ ମିଳିଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୭୯ ହଜାର ୫୦୫ ଜଣ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇସାରିଛନ୍ତି ।

୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଜୁନ ୧୪ ତାରିଖ ସୁଦ୍ଧା ୩ ଲକ୍ଷ ୪୫ ହଜାର ୩୪୨ ଜଣଙ୍କୁ ପ୍ରଥମ ଡୋଜ ମିଳିଥିବା ବେଳେ ୨ ଲକ୍ଷ ୨୭ ହଜାର ୯୯୫ ଜଣ ସମ୍ପୂର୍ଣ୍ଣ ଉଭୟ ଡୋଜ ଟିକା ନେଇସାରିଛନ୍ତି । ସେହିପରି ୧୮ ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୧ ଲକ୍ଷ ୯୦ ହଜାର ୪୩୯ ଜଣ ପ୍ରଥମ ଡୋଜ ଗ୍ରହଣ କରିସାରିଥିବା ବେଳେ ୮୧ ହଜାର ୬୪୫ ଜଣ ବାସିନ୍ଦା ଉଭୟ ଡୋଜ ନେଇସାରିଛନ୍ତି । ୩୪ ହଜାର ୪୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଉଭୟ ଡୋଜ ଟିକା ପ୍ରଦାନ କରାଯାଇଛି । ସେହିପରି ୫୧ ହଜାର ୭୧୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ କୋଭାକ୍ସିନ ଟିକା ଦିଆଯାଇଥିବା ବେଳେ ୩୨ ହଜାର ୯୩୯ ଜଣଙ୍କୁ ଉଭୟ ଡୋଜ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.