ETV Bharat / city

ଅଳିଆ ମୁକ୍ତ ସହର ପାଲଟିବ ଭୁବନେଶ୍ବର

author img

By

Published : Nov 6, 2020, 8:04 AM IST

ଭୁବନେଶ୍ବର ହେବ ଅଳିଆ, ଆବର୍ଜନା ମୁକ୍ତ ସହର । 2021 ଅପ୍ରେଲ ସୁଦ୍ଧା କାର୍ଯ୍ୟକ୍ଷମ ହେବ 3 ଟି ମାଇକ୍ରୋ କମ୍ପୋସ୍ଟିଂ ସେଣ୍ଟର (ଏମସିସି) । ଅଧିକ ପଢନ୍ତୁ...

ଅଳିଆ ମୁକ୍ତ ସହର ପାଲଟିବ ଭୁବନେଶ୍ବର
ଅଳିଆ ମୁକ୍ତ ସହର ପାଲଟିବ ଭୁବନେଶ୍ବର

ଭୁବନେଶ୍ବର: 2021 ଅପ୍ରେଲ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମସ୍ତ 43 ଟି ମାଇକ୍ରୋ କମ୍ପୋସ୍ଟିଂ ସେଣ୍ଟର (ଏମସିସି) । ସ୍ମାର୍ଟସିଟି ହେବ ଅଳିଆ ଆବର୍ଜନା ମୁକ୍ତ ସ୍ମାର୍ଟ ସହର । ଏଭଳି ଲକ୍ଷ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ।

ପ୍ରାୟ ପ୍ରତ୍ୟେକ ୱାର୍ଡରେ ଏହି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ତଥା ମାଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ୱାର୍ଡରୁ ଆସୁଥିବା ସମସ୍ତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯାଇ ଜୈବସାର ସଂଗ୍ରହ କରାଯିବ । ଏହାକୁ ୱାର୍ଡରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରିବେ ।

ଅଳିଆ ମୁକ୍ତ ସହର ପାଲଟିବ ଭୁବନେଶ୍ବର

ଏହାର କାର୍ଯ୍ୟକ୍ଷମ ଭୁବନେଶ୍ବରକୁ ଅଳିଆ ଆବର୍ଜନାମୁକ୍ତ ସହର ଭାବେ ଗଢି ତୋଳିବାରେ ଅଧିକ ସହାୟକ ହେବ । ତେବେ 2019 ମସିହାରୁ ଏହି କାମ ଆରମ୍ଭ ହୋଇଥିବାବେଳେ କୋଭିଡ୍‌ କଟକଣା ଓ କିଛି ଅଞ୍ଚଳରେ ଜମି ବିବାଦ ପାଇଁ ଅଟକି ରହିଥିବାବେଳେ ଏହାର ସମାଧାନ ହୋଇଛି । ଫଳରେ ଆସନ୍ତା ଅପ୍ରେଲ ଶେଷ ସୁଦ୍ଧା 43ଟି ଏମସିସି କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।

ସୂଚନା ଥାଉକି, ଭୁବନେଶ୍ବରକୁ ଗାର୍ବେଜ ଫ୍ରି ସିଟି କରିବା ନେଇ 2019 ମସିହାରେ ଆରମ୍ଭ ହୋଇଥିଲା ମାଇକ୍ରୋ କମ୍ପୋସ୍ଟିଂ ସେଣ୍ଟର ପ୍ରକଳ୍ପ । ପ୍ରତ୍ୟକ ଘରୁ ସଂଗ୍ରହ ହେଉଥିବା ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ଆସି ଏହି ଏମସିସିରେ ସରଳୀକରଣ କରାଯାଇ ଜୈବ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ପ୍ରାୟ 43 ଟି ସ୍ଥାନରେ ଟେଣ୍ଡର ହୋଇଥିଲା । ହେଲେ କିଛି କିଛି ୱାର୍ଡରେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ବିଏମସି ପ୍ରଶାସନ ପକ୍ଷରୁ ସମାଧାନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.