ETV Bharat / city

ରାଜ୍ୟର 19 ନଦୀ ପ୍ରଦୂଷିତ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା - bhubaneswar

ରାଜ୍ୟର ସମସ୍ତ ନଦୀରେ ବଢିଚାଲିଛି ପ୍ରଦୂଷଣ । ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେକ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି । ନଦୀ ପ୍ରଦୂଷଣର ମୁକାବିଲା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଅବଗତ କରାଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
author img

By

Published : Nov 19, 2019, 10:07 PM IST

ଭୁବନେଶ୍ବର: ରାଜ୍ୟର ତଟବର୍ତ୍ତୀ ସହରାଞ୍ଚଳର ନର୍ଦ୍ଦମା ଜଳ ଯୋଗୁଁ 19ଟି ନଦୀର ଜଳ ପ୍ରଦୂଷିତ ହୋଇଛି । ସହରାଞ୍ଚଳର କଠିନ ବର୍ଜବସ୍ତୁ ପରିଚାଳନା ନିମନ୍ତେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ଯୋଗୁଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର, ଜୁନାଗଡ, ପୁରୀ ଓ କଟକ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି । ମଙ୍ଗଳବାର ବିଧାନସଭାରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।

PHOTO
ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ପ୍ରଦୂଷିତ ହୋଇଥିବା ନଦୀଗୁଡିକ ହେଲା ଭୁବନେଶ୍ବର ନିକଟବର୍ତ୍ତୀ ଗଙ୍ଗୁଆ, ଭୁବନେଶ୍ବରରୁ ବରଗଡ ମଧ୍ୟରେ ଦୟା ନଦୀ, ରାଉଲକେଲାରୁ ବିରିତୋଲ ମଧ୍ୟରେ ବ୍ରାହ୍ମଣୀ, ରାଉଲକେଲାର ଗୁରାଡିହ ନଳା, ପୁରୀର ମଙ୍ଗଳା ନଦୀ, ଜୟକାୟପୁରରୁ ରାୟଗଡା ମଧ୍ୟରେ ନାଗାବଳୀ, କଟକ ଠାରୁ ଉରାଳି ମଧ୍ୟରେ କାଠଯୋଡି, ଭୁବନେଶ୍ବରରୁ ପୁରୀ ମଧ୍ୟରେ ରତ୍ନଚିରା, ସମ୍ବଲପୁରରୁ ପାରାଦ୍ବୀପ ମଧ୍ୟରେ ମହାନଦୀ, ପ୍ରତାପପୁରରୁ ଗଂଜାମ ପର୍ଯ୍ୟନ୍ତ ଋଷିକୂଲ୍ୟା, ତାଳଚେରରେ କୁସୁମୀ, ବିଜିପୁରରେ ଲୁଣା, ଜଗନ୍ନାଥପାଟଣା ଓ ରମ୍ଭାରେ ସବୁଳିଆ, ମହୁଲିଆଠାରୁ ବାରିପଦା ମଧ୍ୟରେ ବୁଢାବଳଙ୍ଗ, ସେରୁଆ, ନନ୍ଦିରା ଜୋର, କୁଆଖାଇ, ଭେଡେନ ଆଦି ନଦୀ ବିଭିନ୍ନ ସ୍ଥାନରେ ପ୍ରଦୂଷିତ ହୋଇଛି ।

PHOTO
ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ପ୍ରଦୂଷିତ ହୋଇଥିବା ଏହିସବୁ ନଦୀର ସୁରକ୍ଷା ପାଇଁ ଭୁବନେଶ୍ବର, କଟକ, ସମ୍ବଲପୁର, ତାଳଚେର ଏବଂ ରାଉଲକେଲା ସହରରେ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନେଶ୍ବର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର, ପୁରୀ ଓ ରାଉଲକେଲା ଆଦି 6ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ କାର୍ଯ୍ୟକ୍ଷମ ହୋଇଛି । କଟକ ଓ ବାଲେଶ୍ବରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏତଦବ୍ୟତିତ ଅନ୍ୟ 29ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି । ରାଜ୍ୟର ସମସ୍ତ 114ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।

PHOTO
ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

p

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.