ETV Bharat / city

Cyclone Expected in Odisha: ଆସୁଛି ଆଉ ଏକ ବାତ୍ୟା, ଦକ୍ଷିଣ ଉପକୂଳରେ ପ୍ରବଳ ଛେଚିବ

author img

By

Published : Nov 28, 2021, 7:24 PM IST

ନଭେମ୍ବର ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଡିସେମ୍ବର ୨ ତାରିଖରୁ ଦକ୍ଷିଣ ଉପକୂଳରେ ବର୍ଷା ହେବା ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

Cyclone Expected in Odisha: ଆସୁଛି ଆଉ ଏକ ବାତ୍ୟା, ଦକ୍ଷିଣ ଉପକୂଳରେ ପ୍ରବଳ ଛେଚିବ
Cyclone Expected in Odisha: ଆସୁଛି ଆଉ ଏକ ବାତ୍ୟା, ଦକ୍ଷିଣ ଉପକୂଳରେ ପ୍ରବଳ ଛେଚିବ

ଭୁବନେଶ୍ବର: ନଭେମ୍ବର ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଡିସେମ୍ବର ୨ ତାରିଖରୁ ଦକ୍ଷିଣ ଉପକୂଳରେ ବର୍ଷା ହେବା ସମ୍ଭାବନା ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ । ପରବର୍ତ୍ତୀ ୨ ଦିନ ମଧ୍ୟରେ ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ।

ନଭେମ୍ବର ୩୦ରୁ ୨ ତାରିଖ ଯାଏଁ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ । ସେହିପରି କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗର ୨ରୁ ୫ ତାରିଖ ଯାଏଁ ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ Cyclone Expected in Odisha: ସତର୍କ କରାଇଲେ SRC

କେତେ ପରିମାଣର ବର୍ଷା ହେବ ଓ ଏହାର ଗତି କୁଆଡେ ହେବ ତାହାର ଚିତ୍ର ଏଯାଏଁ ସ୍ପଷ୍ଟ ହୋଇ ପାରିନାହିଁ । ୩୦ ତାରିଖ ପରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ । ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି ପାଣିପାଗ କେନ୍ଦ୍ର । ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି । ଏହାକୁ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଆସନ୍ତା ୪ ଦିନ ପାଗ ଶୁଖିଲା ରହିବ । ୨ ତାରିଖରୁ କୋରାପୁଟ, ମାଲକାନଗିରି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ରାୟଗଡା, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ SRC ମଧ୍ୟ ସତର୍କ କରାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.